ବିଷୁବ ମେଳା

     ବିଷୁବ ମେଳାର
  ଗୀତ ଗାଏ ଓଡ଼ିଆ ନବବର୍ଷ

🖊କବିରତ୍ନ ନୂତନ କୁମାର ବେହେରା

ଶୁଭ ବିଷୁବ ବେଳାର ଗୀତ
     କରିବାକୁ ଆସେ ପ୍ରାଣୀ ହିତ,
           ମନେ ଚେତନା ହୁଏ ଜାଗ୍ରତ
                ଭାବ ବିନିମୟେ କରେ ପ୍ରୀତ।
ଆଜି ଓଡ଼ିଆ ନବ ବରଷ
    ପହିଲି ଏ ବଇଶାଖ ମାସ,
         ଓଡ଼ିଆ ସଂସ୍କୃତିର ସନ୍ଦେଶ
            ମନକୁ କରି ଦିଏ ଉଲ୍ଲାସ।
ପଣା ସଂକ୍ରାନ୍ତି ଭାବରେ ଖ୍ୟାତ
    କରୁ  ଦେବାଦେବୀ ପୂଜା ବ୍ରତ,
          ନବ ପଞ୍ଜିକାର ଅନୁଗତ
            ହୋଇ ରହୁ ସର୍ବେ କାର୍ଯ୍ଯରତ।
ଏ ନବ ବରଷର ସୁଦିନେ
         ଶ୍ରଦ୍ଧା ସୁମନ ଅର୍ପେ ସୁଜନେ,
             ଓଡ଼ିଆ ଜାତିର ସ୍ଵାଭିମାନେ
                  ଆପଣାର କରି ପରିଜନେ।
ଶୁଭ ମୁହୂର୍ତ୍ତର ସୁଲଗନେ
        ଏ ମହାନ ଜାତିର ସମ୍ମାନେ,
              ଲାଗିବା ସବୁ ତା ପ୍ରୟୋଜନେ
                  ଐତିହ୍ୟ ରଖି ତାହାର ମନେ।
ଦିନୁ ଦିନ ବଢି ରୌଦ୍ର ତାପ
      ଶରୀରେ ପକାଏ ତାର ଚାପ,
           ଶୀତଳତା ଖୋଜି ଅନୁରୂପ
               ଦୂରେଇବା କ୍ଳାନ୍ତି  ମନସ୍ତାପ।
ଜଳ ଦାନେ ଜଳ ପାନେ ଧ୍ୟାନ
      ଦେଇ ହେବାକୁ ମହତ ଜନ,
           କରିବା ଦୀନ ଦୁଃଖି କଲ୍ୟାଣ
                  ଦେଖାଇ ଉଦାର ଆଚରଣ।
ଦିନ ଆସେ ଯାଏ କ୍ରମାନ୍ଵୟେ
     ସ୍ମୃତି ତାର  ରଖିବା  ହୃଦୟେ,
             ଜାତିର ଟେକ ରଖି ବିନୟେ
                  ସଚେତନ ହେବା ଦୁଃସମୟେ।
ନବ ବରଷର ଆଗମନେ
      ହୃଦୟରୁ ଶୁଭେଚ୍ଛା ଜ୍ଞାପନେ,
            କରେ ଶୁଭକାମନା ଏ ମନେ
                 ପ୍ରଣତି ଢାଳି ପ୍ରଭୁ ଚରଣେ।

    କୋହି,ବାରିପଦା, ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨

Leave a Reply

Your email address will not be published. Required fields are marked *