ବନ୍ଧସାହିଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

ବନ୍ଧସାହିଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ
ସମଙ୍ଗ-୨୬/୩-ଜଗତସିଂହପୁର ଜିଲ୍ଲା ସମଙ୍ଗ ସ୍ଥିତ ବନ୍ଧସାହିଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ଅନୁଷ୍ଠିତ ହୋଇଛି। ମହିମା ହେଲପିଙ୍ଗ ଆସୋସିଏସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ

ଆୟୋଜିତ ଏହି ଧାର୍ମିକ କାର୍ଯ୍ୟରେ କୈ।ପିନଧାରୀ ସାଧୁସନ୍ଥମାନେ ଯୋଗଦେଇ ବିଶ୍ବର କଲ୍ୟାଣ ପାଇଁ ଯଜ୍ଞ ଆହୁତି କରିଥିଲେ। ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଯଜ୍ଞ ସ୍ଥଳରେ ପହଞ୍ଚି ମହିମା ସାଧୁଙ୍କୁ ଦର୍ଶନ କରି ଜିଲ୍ଲାବାସୀଙ୍କ ମଙ୍ଗଳ କାମନା କରିଥିଲେ। ସମଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞରେ ସାମିଲ ହୋଇ ମହିମା ସାଧୁଙ୍କ ଶରଣାପନ୍ନ ହେବାସହ ପ୍ରିୟ ପରିଜନ ଓ ପରିବାର ସଦସ୍ୟଙ୍କ ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

Leave a Reply

Your email address will not be published. Required fields are marked *