ତିକ୍ତତା ଶିଖାଏ ମାଧୁର୍ଯ୍ୟ ସ୍ୱାଦ

ଶୀର୍ଷକ _ତିକ୍ତତା ଶିଖାଏ ମାଧୁର୍ଯ୍ୟ ସ୍ୱାଦ


ରୀତାରାଣୀ ଦାଶ
ବାଲେଶ୍ୱର

ମଧୁର ଆନନ୍ଦ ଉପଭୋଗ ସ୍ୱାଦ
ଶିଖାଏ ଦିଏ ତିକ୍ତତା
ଜୀବନର ରାସ୍ତା କେତେ ଅଙ୍କା ବଙ୍କା
ଦୁର୍ଦ୍ଦଶା କୁହଇ ବାର୍ତ୍ତା |
କଟୁ ଅନୁଭୂତି ଦେଇଥାଏ ସିଦ୍ଧି
ପ୍ରତିଟି ଦୁଃଖ ବୁନ୍ଦାରେ
ବଞ୍ଚିବାର ରାହା ମୁକ୍ତାନନ୍ଦେ ସାହା
ହୃଦୟ ନୂତନତାରେ |
କଟୁ ଓ ମଧୁର ମିଶ୍ରଣ ସୁନ୍ଦର
ଜୀବନ ଜଟିଳ ଅଙ୍କେ
ସନ୍ତୁଳନ ପ୍ରାପ୍ତି ଯନ୍ତ୍ରଣାରୁ ମୁକ୍ତି
ପ୍ରାପ୍ତି ହୁଏ ଯେ ପ୍ରତ୍ୟେକ୍ଷେ |
ଟିକି ନିଖି ଶିକ୍ଷା ପ୍ରତିଟି ପରୀକ୍ଷା
ଅଭିଜ୍ଞତା ବୃଦ୍ଧିକରେ
ଅଭିଜ୍ଞତା ବଳେ ବୁଦ୍ଧି କଉଶଳେ
ସୁଦୃଢ ଚିତ୍ତେ ଧୈର୍ଯ୍ୟରେ |
ଦୟା ପ୍ରେମ କ୍ଷମା ମହତ ପଣିଆ
ସ୍ୱାଦ ଅଟେ ମାଧୁର୍ଯ୍ୟର
ସବୁରି ପରାଣ ଜିଣେ ଏହି ଗୁଣ
ଆଢୁଆଳେ ତିକ୍ତତାର |
ଅନ୍ଧାର ରାତ୍ରିରେ ନକ୍ଷତ୍ର ଆଲୋକ
ମାର୍ଗ ଦର୍ଶକ ସାଜଇ
ନିଜ ପରିଚୟ ସତ୍ୟ ଆଉ ନ୍ୟାୟ
ତିକ୍ତତା ଦିଏ ଲିଭାଇ |
ରାତ୍ରିହୁଏ ଶେଷ ସକାଳ ସୂରୁଜ
ନବ ପ୍ରତିଭାର ସାଥେ
ନବ ଉଦ୍ଦୀପନା ହୃଦୟେ ସ୍ଥାପନା
ଆଶା ଭରସା ସହିତେ |

Leave a Reply

Your email address will not be published. Required fields are marked *