ବିଜେଡି ର ଶକ୍ତି ପ୍ରଦର୍ଶନ ,ବାଇକ୍ ରେଲୀ ଦେଖି ବିରୋଧୀ ଛାନିଆ

କେସିଙ୍ଗା ,୨୦/୦୪ :ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର କେସିଙ୍ଗା ଠାରେ ଆଜି ବିଜେଡି ପକ୍ଷ ରୁ ଏକ ବିଶାଳ ବାଇକ୍ ରେଲୀ କରାଯାଇଛି ।ବାଇକ୍ ରେଲୀ କରି ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଥିବା ବେଳେ ଏହି ବାଇକ୍ ରେଲୀ ବିରୋଧୀ ଶିବିର ର ହୃଦ୍ ସ୍ପନ୍ଦନ ବଢାଇ ଦେଇଥିବା ଚର୍ଚ୍ଚା ହେଉଛି ।ବିଜେଡି ସଦର ବିଧାୟକ ପ୍ରାର୍ଥୀନି ଲଲିତା ନାଏକ ଓ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଏହି ରେଲୀ ଦ୍ଵାରା ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ ।ନିର୍ବାଚନ ମଣ୍ଡଳୀ ର କେସିଙ୍ଗା ରେ ପହଞ୍ଚିବା ପରେ ଦୁହିଁଙ୍କୁ ହଜାର ହଜାର ସଂଖ୍ୟାରେ ନିଜ ଦଳୀୟ କର୍ମୀ ସ୍ଵାଗତ କରିଥିଲେ ।ଦୁହିଁ ପ୍ରାର୍ଥୀ ଙ୍କ ସହିତ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ ,କେସିଙ୍ଗା ଏନ୍ ଏ ସି ଅଧ୍ୟକ୍ଷ ନୃପରାଜ୍ ଯାଦବ,ଭବାନୀପାଟଣା ପୌରାଧକ୍ଷା ସଂଯୁକ୍ତା ବେହେରା , ବିଜେଡି କେସିଙ୍ଗା ନଗର ସଭାପତି ରମେଶ ପଟ୍ଟନାୟକ, କେସିଙ୍ଗା ଯୁବ ବିଜେଡି ସଭାପତି ରଞ୍ଜନ ବେହେରା , ଯୁବ ନେତା ଶିଶିର ପରିଡ଼ା ଓ ଅନେକ ଦଳୀୟ କର୍ମୀ ଏହି ବାଇକ୍ ରେଲୀ ରେ ଯୋଗ ଦେଇଥିଲେ ।ଏହି ରେଳୀ କୁ ନେଇ ବିଜେଡି କର୍ମୀ ଙ୍କ ମଧ୍ୟ ଏକ ପ୍ରକାର ରାଜନୈତିକ ଉତ୍ସାହ ଦେଖିବାକୁ ମିଳିଥିଲା ।ଦୁଇ ପ୍ରାର୍ଥୀ ପ୍ରଥମେ କେସିଙ୍ଗା ସ୍ଥିତ ମା ଅମ୍ବାଜୀ ଙ୍କ ମନ୍ଦିର ରୁ ମାଁ ଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ହଜାର ହଜାର ସମର୍ଥକ ଙ୍କ ସହିତ ବାଇକ୍ ରେଲୀ ଯୋଗେ ସହର ପରିକ୍ରମା କରିଥିଲେ ।,ଶେଷ ରେ ସ୍ଥାନୀୟ ବୋରିଙ୍ଗ ପଦର ଠାରେ ଏକ ସଂକଳ୍ପ ସମାବେଶ ରେ ଦଳୀୟ କର୍ମୀ ମାନଙ୍କୁ ଅଭିଭାଷଣ ଦେଇଥିଲେ । । କେସିଙ୍ଗା ସହର ଆମ୍ବଜି ମନ୍ଦିର ଠାରୁ ହଜାର ହଜାର ସଂଖ୍ୟା ରେ ଦଳୀୟ କର୍ମୀ ଦୁଇ ପ୍ରାର୍ଥୀ ଙ୍କ ସହିତ ବାଇକ୍ ରେଲୀ ରେ ବାହାରି ସହର ପରିକ୍ରମା କରିବା ସମୟ ରେ ବିରୋଧୀ ଏହି ରେଲୀ ରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ସମାଗମ ଦେଖି ଏକ ପ୍ରକାର ର ଛାନିଆ ହୋଇଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।ରାଜ୍ୟ ସରକାର ବିଗତ ୨୫ ବର୍ଷ ଧରି ରାଜ୍ୟ ରେ ଯେଉଁ ବିକାଶର ଧାରା କୁ ଆଗେଇ ନେଇ ଛନ୍ତି,ସେହି ବିକାଶ ର ଗାଥା କୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଛୁ ବୋଲି କହିଥିଲେ ବିଧାୟକ ପ୍ରାର୍ଥୀନୀ ଲଲିତା ନାଏକ ।ସାଂସଦ ପ୍ରାର୍ଥୀଙ୍କ କହିବା ଅନୁଯାୟୀ ଗତ ପୌର ନିର୍ବାଚନ ରେ କେସିଙ୍ଗା ବାସି ବିପୁଳ ସଂଖ୍ୟା ଜନମତ ଦେଇ ବିଜେଡି ପ୍ରତିନିଧି ଙ୍କୁ ଅଧକ୍ଷ ପଦରେ ବସାଇବା ସହିତ ସେମିଫାଇନାଲ ଜିତାଇଥିବାବେଲେ ବର୍ତ୍ତମାନ ମଧ୍ୟ ବିପୁଳ ସଂଖ୍ୟା ରେ ଭୋଟ ଦେଇ ବିଜେଡି ର ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀ ଙ୍କୁ ଜୟଯୁକ୍ତ କରିବେ ବୋଲି ଆଶାବ୍ୟକ୍ତ କରି ଛନ୍ତି ।

Leave a Reply

Your email address will not be published. Required fields are marked *