କୋରେଇ ବିଜେଡି ର ଅଦ୍‌ଦ୍ଭୁତ ପୂର୍ବ ଜନ ସମାବେଶ

** କୋରେଇ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଧିରେ ଧିରେ ମାଡି ଚାଲୁଥିବା ବେଳେ ବିଜେଡି ଓ ବିଜେପି ମଧ୍ୟରେ ଏହି ବିଧାନସଭା ଆସନ ପାଇଁ ଜୋରଦାର ଲଢେଇ ଆରମ୍ଭ ହୋଇଛି l କୋରେଇ ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ’ଙ୍କ ବିଜୟ ପାଇଁ ଧନେଶ୍ଵର ପଡ଼ିଆରେ ଏକ ବିଶାଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପଂଚାୟତ ସ୍ତରର ଓ ବ୍ୟାସନଗର ପୈାରପରିଷଦ ସ୍ତରୀୟ ବିଜେଡି ନେତା ମାନେ କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଦାସ ଓ ସାଂସଦ ପ୍ରାର୍ଥୀନୀ ସର୍ମିଷ୍ଠା ସେଠୀଙ୍କ ବିଜୟ ପାଇଁ କୋରେଇ ଜନତା ଜନାର୍ଦ୍ଦନ ଭୋଟର ମାନଙ୍କୁ ଏହି ସଭାରେ ଭୋଟ ଭିକ୍ଷା କରିଥିଲେ l

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ସମ୍ମାନସ୍ପଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାର ଉପକାର ଉପରେ ଆଲୋକପାତ କରିଥିଲେ l ତେବେ ଏହି କାର୍ଯ୍ୟକ୍ରମରେ ପାଖାପାଖି ୪୦ ହଜାର ରୁ ଉର୍ଦ୍ଧ ବିଜେଡି ପ୍ରେମୀଙ୍କ ସମାଗମ ହୋଇଥିବା ସୂଚନା ମିଳିଛି l

Leave a Reply

Your email address will not be published. Required fields are marked *