ପୁଣି ତେଜିଲା ତିର୍ତୋଲ ବିଜେଡି ରେ ଫାଟ !

ପୁଣି ତେଜିଲା ତିର୍ତୋଲ ବିଜେଡି ରେ ଫାଟ !ବିଧାୟକ ଙ୍କ ବିରୋଧୀ ହେଲେ ଏକାଠି।ତିର୍ତ୍ତୋଲ: ତିର୍ତ୍ତୋଲ ରାଜନୀତି ଘଣ୍ଟାକେ ଘୋଡ଼ା ଛୁଟୁଛି, ଏବେ ସରକାର ନଥାଇ ମଧ୍ୟ ୨୦୨୨ ମସିହା କଳି ପୁଣି ପୁନରାବୃତ୍ତି ହୋଇଛି । ସେତେବେଳେ ଥିଲା ପୁର୍ବତନ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପୁର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଙ୍କ କଳି କିନ୍ତୁ ଏବେ ଆରମ୍ଭ ହୋଇଛି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ପୁର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଗୋଷ୍ଟି ଙ୍କ କଳି ଏବେ ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି । ଗତ ବୁଧବାର ପୁର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ତାଙ୍କ ଗୋଷ୍ଟିକୁ ନେଇ ଏରସମା ସ୍ଥିତ ଶିଆଲି ବେଳାଭୂମି ରେ ରମାକାନ୍ତ ଭୋଇଙ୍କ ବିରୁଧୋରେ ବୈଠକ କୁ ନେଇ ତିର୍ତ୍ତୋଲ ରାଜନୀତି ସରଗରମ ହୋଇଛି । ଶୁଣିବା ମୁତାବକ ନିର୍ବାଚନ ପରେ ପରେ ଆଗ ପୁର୍ବତନ ବିଧାୟକ ବିଜୟ ଶଙ୍କର ଦାସ ଙ୍କ ଗୋଷ୍ଟି ଙ୍କୁ ବାୟକଟ କରିବା ପରେ ଏବେ ପୁର୍ବତନ ସାଂସଦ ଙ୍କ ଗୋଷ୍ଟି ଙ୍କୁ ଏବେ ବୟକଟ କରୁଥିବା ଚର୍ଚ୍ଚା କୁ ଖୋରାକ ଯୋଗାଇଛି। ବିଜେଡି ର ରାଜ୍ୟରେ ଏଭଳି ଅବସ୍ଥା ପରେ ବିଧାୟକ ଙ୍କ ଏଭଳି ମନମୁଖୀ କାର୍ଯ୍ୟ ପାଇଁ ଦଳର କର୍ମୀ ରଣହୁଙ୍କାର ଦେଇଥିବା ବେଳେ ଏବେ ଏଭଳି ବିଜେପି ପ୍ରୀମି ବିଧାୟକ ଙ୍କୁ କଣ କିଏ ବିଜେଡି ଟିକେଟ ଦେଲା ? ପୂର୍ବରୁ ବିଜେପି ରେ ଥିବା ଲୋକଙ୍କୁ ଓ ଭିତିରି ବିଜେପି ଲୋକଙ୍କୁ ସମର୍ଥନ କରୁଛନ୍ତି ବିଜେଡ଼ି ଲୋକଙ୍କୁ ବାୟକଟ କରି ସାରିଲେଣି , କେବଳ ତାହାକୁ ନେଇ ବେଳାଭୂମି ରେ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ ରାଜଶ୍ରୀ ମଲ୍ଲିକ ଙ୍କ ସ୍ବାମୀ ଇଂ ଆଶୁତୋଷ ମଲ୍ଲିକ ଙ୍କ ସମେତ ତିର୍ତ୍ତୋଲ ବ୍ଲକ ର ପ୍ରାୟ ୮ ରୁ ଅଧିକ ସରପଞ୍ଚ ଙ୍କ ସମେତ ୧୦ରୁ ଅଧିକ ସମିତି ସଭ୍ୟ ଓ ପୁର୍ବତନ ସରପଞ୍ଚ ଓ ସମିତି ସଭ୍ୟ ବହୁ ଥିବା ବେଳେ ।

ସେମାନଙ୍କ ମୁହଁରୁ ପୁର୍ବତନ ବିଧାୟକ ଯେତେ ଯାହା ହେଉ ଏ ବିଧାୟକ ଅପେକ୍ଷା ସତ ଗୁଣ ଭଲ ଥିଲେ ବୋଲି ଚର୍ଚ୍ଚା କୁ ଖୋରାକ ଯୋଗାଇଛି। ସେହିଭଳି ନିକଟରେ ବିଧାୟକ ଙ୍କ ମନମୁଖୀ କାର୍ଯ୍ୟଧାରା ପାଇଁ ତିର୍ତ୍ତୋଲ ବ୍ଲକ ଯୁବ ବିଜେଡ଼ି ସଭାପତି ସୁଜିତ୍ ମହାନ୍ତି ଓ ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି କାର୍ଯ୍ୟକାରୀ ସଭାପତି ପ୍ରଭୁତି ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି। ସେମାନେ ମଧ୍ୟ ସାଂସଦ ଙ୍କ ଦୃଢ଼ ସମର୍ଥକ ଥିବା ନେଇ କୁହା ଯାଉଛି । ଯଦି ଏଭଳି ଆଗକୁ ହୁଏ ସମସ୍ତ ପ୍ରତିନିଧି ଏକା ସହିତ ଦଳ ଛାଡ଼ିବେ ବୋଲି ସଭାରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ସେହିପରି ଆଉ କିଛି ବରିଷ୍ଟ ସମୀକ୍ଷକ କହୁଛନ୍ତି ଯେ ପୂର୍ବତନ ସାଂସଦ ରାଜଶ୍ରୀ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବାକୁ ଯାଉଛନ୍ତି ଏବଂ ତାଙ୍କ ସହିତ ତିର୍ତ୍ତୋଲ ର ବହୁ ବିଜେଡି କର୍ମୀ ତାଙ୍କ ସହିତ ଦଳ ଛାଡ଼ିବେ ବୋଲି ଜଣା ପଡ଼ୁଛି ।

Leave a Reply

Your email address will not be published. Required fields are marked *