ନିମାପଡ଼ାରେ ବିଜେଡ଼ି ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ।

ନିମାପଡ଼ା ( ) ନିମାପଡ଼ା ସ୍ଥିତ ଟାଉନ ହଲ ପରିସିରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । ପୁରୀ ଜିଲ୍ଲା ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ବାଇଁଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ନିମାପଡ଼ା ଦଳ ଦାୟିତ୍ୱରେ ଥିବା ନେତା ସୁବ୍ରତ ଛାଟୋଇ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ,ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ରନାଥ ମଲ୍ଲିକ,ବ୍ଲକ ସଭାପତି ଭାଗ୍ୟଧର ଖଟୋଇ, ଏନ ଏସି ସଭାପତି ଧନୁର୍ଧର ଦାସ, ଗୋପ ବ୍ଲକ ସଭାପତି ମହେଶ୍ୱର ସ୍ବାଇଁ,ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁଲତା ମଲ୍ଲିକ,ପିପିଲି ଏନ ଏସି ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା, ଜୋସ୍ନା ରାଣୀ ନାୟକ ,ମିଲୀ ସିଂ,ସରିତା ମହାପାତ୍ର, ଭବାନୀ ସ୍ବାଇଁ ପ୍ରମୁଖ ଯୋଗଦେଇ ବିଜୁ ବାବୁ କହିଥିଲେ ଗାଁକୁ କାମ ମାଆଙ୍କୁ ସମ୍ମାନ । ଆଜି ବି ତାହା ବାସ୍ତବରେ ପରିଣତ ହୋଇଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ରାଜନୀତିରେ ୩୦ ପ୍ରତିଶତ ରିଜର୍ଭ କରିଥିଲେ । ମାତ୍ର ତାଙ୍କର ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ରିଜର୍ଭ । ଆଜିବି ନାରୀମାନେ କୌଣସି ଗୁଣରେ କମ ନୁହଁନ୍ତି । ଆଜିବି ନାରୀମାନେ ନିଜେ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏ ରଙ୍ଗ ବୋଳା ସରକାରଙ୍କୁ ତୁରନ୍ତ ହଟାଇ ପୁନର୍ବାର ନବୀନ ବାବୁଙ୍କୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ମାଆ ମାନେ ଶପଥ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଯୁବନେତା ବିଜୟ ପଟ୍ଟନାୟକ ପରିଚାଳନା କରିଥିଲେ । ଆଜିର ଏହି ବିଶ୍ଵ ମହିଳା ଦିବସ ସମାବେଶରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗଦେଇଥିଲେ ।( ଫଟୋ)

ନିମାପଡ଼ା (ତୀର୍ଥକ୍ଷେତ୍ର ) ନିମାପଡ଼ା ସ୍ଥିତ ଟାଉନ ହଲ ପରିସିରରେ ଆଜି ବିଜୁ ଜନତା ଦଳ ପକ୍ଷରୁ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । ପୁରୀ ଜିଲ୍ଲା ମହିଳା ସଭାନେତ୍ରୀ କସ୍ତୁରୀ ବାଳା ସ୍ବାଇଁଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ନିମାପଡ଼ା ଦଳ ଦାୟିତ୍ୱରେ ଥିବା ନେତା ସୁବ୍ରତ ଛାଟୋଇ,ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ,ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ରନାଥ ମଲ୍ଲିକ,ବ୍ଲକ ସଭାପତି ଭାଗ୍ୟଧର ଖଟୋଇ, ଏନ ଏସି ସଭାପତି ଧନୁର୍ଧର ଦାସ, ଗୋପ ବ୍ଲକ ସଭାପତି ମହେଶ୍ୱର ସ୍ବାଇଁ,ଗୋପ ବ୍ଲକ ଅଧ୍ୟକ୍ଷ ଝୁନୁଲତା ମଲ୍ଲିକ,ପିପିଲି ଏନ ଏସି ଉପାଧ୍ୟକ୍ଷ ଭାଗ୍ୟବତୀ ମହାରଣା, ଜୋସ୍ନା ରାଣୀ ନାୟକ ,ମିଲୀ ସିଂ,ସରିତା ମହାପାତ୍ର, ଭବାନୀ ସ୍ବାଇଁ ପ୍ରମୁଖ ଯୋଗଦେଇ ବିଜୁ ବାବୁ କହିଥିଲେ ଗାଁକୁ କାମ ମାଆଙ୍କୁ ସମ୍ମାନ । ଆଜି ବି ତାହା ବାସ୍ତବରେ ପରିଣତ ହୋଇଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳାମାନଙ୍କୁ ଆଗକୁ ଆଣିବା ପାଇଁ ରାଜନୀତିରେ ୩୦ ପ୍ରତିଶତ ରିଜର୍ଭ କରିଥିଲେ । ମାତ୍ର ତାଙ୍କର ସୁପୁତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ରିଜର୍ଭ । ଆଜିବି ନାରୀମାନେ କୌଣସି ଗୁଣରେ କମ ନୁହଁନ୍ତି । ଆଜିବି ନାରୀମାନେ ନିଜେ ନିଜେ ରୋଜଗାରକ୍ଷମ ହୋଇପାରିଛନ୍ତି । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏ ରଙ୍ଗ ବୋଳା ସରକାରଙ୍କୁ ତୁରନ୍ତ ହଟାଇ ପୁନର୍ବାର ନବୀନ ବାବୁଙ୍କୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ମାଆ ମାନେ ଶପଥ ନେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ଯୁବନେତା ବିଜୟ ପଟ୍ଟନାୟକ ପରିଚାଳନା କରିଥିଲେ । ଆଜିର ଏହି ବିଶ୍ଵ ମହିଳା ଦିବସ ସମାବେଶରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *