ବିଜେଡିର ପ୍ରତିଷ୍ଠା ଦିବସ

ଭବାନୀପାଟଣା: ୨୬/୧୨:୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ବିଜେଡି ତରଫରୁ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଭବାନିପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ବୈଠକ ପୂର୍ବରୁ ଭବାନୀପାଟଣା ମେଡିକାଲ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଥିଲେ। ପରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓ ବିଜେଡି ର ଲୋକଙ୍କ ପାଇଁ କରିଥିବା ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ କାର୍ଯ୍ୟକ୍ରମ ଏବଂ ବିଜେପି ସରକାରର ପ୍ରତିଶ୍ରୁତି ପାଳନରେ ବିଫଳତାକୁ ଆଗାମୀ ଦିନରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗାଁ କୁ ଯାଇ ସଭାସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ନବୀନ ପଟ୍ଟନାୟକଙ୍କ ଦୁରଦୃଷ୍ଟି ସମ୍ପର୍ଣ୍ଣ ନେତୃତ୍ୱରେ ଓଡ଼ିଶାବାସୀଙ୍କୁ ବିଜେଡି ସେବା ଯୋଗାଇଛି। ଅଭାବୀ ରାଜ୍ୟରୁ ପ୍ରଭାବୀ ଓଡ଼ିଶାର ସଂଗ୍ରାମ ସହ ଆର୍ଥିକ ସ୍ତରରେ ଏକ ସଶକ୍ତ ଓଡ଼ିଶା ଗଠନ କରିବାରେ ବିଜେଡି ଅନେକ ସଫଳତା ପାଇଛି । ସେହିଭଳି ସ୍ବାସ୍ଥ୍ୟ , ଶିକ୍ଷା, କୃଷି, ଶିଳ୍ପ ଓ ଗମନାଗମନ କ୍ଷେତ୍ରରେ ଓଡ଼ିଶାରେ ଅନେକ ବିକାଶ ହେବାସହ ଅଭିବୃଦ୍ଧି ହୋଇଛି ବୋଲି ବିଜେଡି ନେତା ଭବାନୀ ଶଙ୍କର ମିଶ୍ର କହିଛନ୍ତି। ଏଣୁ ଏକ ଦାୟିତ୍ବବାନ ବିରୋଧୀ ଦଳ ଭାବରେ ସାଧାରଣ ଲୋକଙ୍କ ସମସ୍ୟା ଯଥା ମଣ୍ଡିରେ ଧାନ ନଉଠିବା, ଟାଟା ପାୱାର ଦ୍ବାରା ଅତିରିକ୍ତ ସିକ୍ୟୁରିଟି ଆଦାୟ କରି ଖାଉଟିମାନଙ୍କୁ ଲୁଟ୍ କରିବା, ମହିଳା ଓ ଶିଶୁଙ୍କ ଉପରେ ଧର୍ଷଣ ଓ ନିର୍ଯାତନା ବୃଦ୍ଧି, କେନ୍ଦ୍ରିୟ ଅବହେଳା,କଳାହାଣ୍ଡି ଜିଲ୍ଲାର ତୁର୍କେଲ ତେଲ ନଦୀ ଉପରେ ବ୍ରିଜ ନିର୍ମାଣ ଆଦି ପ୍ରସଙ୍ଗରେ କଳାହାଣ୍ଡି ଜିଲ୍ଲା ବିଜେଡି ଲଢେଇ କରିବା ବୋଲି ନିଷ୍ପତ୍ତି ହୋଇଥିଲା ।


ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନଗରପାଳ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମିଶ୍ର, ଜିତେନ୍ଦ୍ର ମହାନ୍ତି, ପ୍ରଦିପ ମୁଣ୍ଡ, ଜାକୀର ହୁସେନ, ଟିକେଲାଲ ସାହୁ, ସାରଦା ପ୍ରସନ୍ନ ସ୍ବାଇଁ, ଧର୍ମେନ୍ଦ୍ର ନାଏକ, ମହିଳା ସଭାନେତ୍ରୀ ଲଳିତା ନାଏକ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ଛାତ୍ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ଯୁବନେତା ମନିନ୍ଦ୍ର ମହାନ୍ତି, ପୂର୍ବତନ ପୋରାଧ୍ୟକ୍ଷ ସଂଯୁକ୍ତା ବେହେରା, ଟାଉନ ସଭାପତି ଧବଳେଶ୍ଵର ମହାପାତ୍ର, ବରିଷ୍ଠ ନେତା ବଦ୍ରିନାରାୟଣ ପଟ୍ଟନାୟକ, ସାମନ୍ତ ଖମାରୀ, ପ୍ରଶାନ୍ତ ନାଏକ, ସୁରେଶ ମହାନନ୍ଦ, ପ୍ରେମ ରଞ୍ଜନ ପାଣିଗ୍ରାହୀ, ପରମାନନ୍ଦ ମାଝୀ , ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀ ସାହୁ, ଦୟାନିଧି ନାଏକ, କ୍ଷୀର ସିନ୍ଧୁ ନାଏକ, ପ୍ରଶାନ୍ତ ଠାକୁର ପ୍ରମୁଖ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *