ଆଇନଜୀବୀ ଙ୍କ ହତ୍ୟା ଘଟଣା ରେ ଶୋକସଭା ଶୀଘ୍ର ଦୁର୍ବୁତ୍ତ ଙ୍କୁ ଗିରଫଦାରି ଓ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି*

*ଆଠମଲ୍ଲିକ: ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ତଥା ବ୍ରହ୍ମପୁର ଗଞ୍ଜାମ ଓକିଲସଂଘ ର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ଙ୍କୁ ହତ୍ୟା କରାଯିବା ଘଟଣା କୁ ନେଇ ବୁଧବାର ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ସୁଶାନ୍ତ କୁମାର ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସ୍ବର୍ଗତ ଆଇନଜୀବୀ ଶ୍ରୀ ପଣ୍ଡା ଙ୍କ ହତ୍ୟା ଘଟଣା କୁ ସର୍ବସମ୍ମତି ଭାବେ ଦୃଢ ନିନ୍ଦା କରାଯାଇଥିଲା l ସଭାପତି ଶ୍ରୀ ମହାପାତ୍ର ଏକ ଶୋକସଭା ପାଇଁ ପ୍ରସ୍ତାବ ଆଗତ କରିଥିଲେ l ସମ୍ପାଦକ ଅର୍ଜୁନ ରାଉଳ ପ୍ରସ୍ତାବ କୁ ସମର୍ଥନ ଜଣାଇଥିଲେ l ପରେ ସ୍ବର୍ଗତ ଶ୍ରୀ ପଣ୍ଡାଙ୍କ ଅମରଆତ୍ମା ର ସଦଗତି ନିମନ୍ତେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଆଇନଜୀବୀମାନଙ୍କ ବୃତ୍ତିକୁ ନେଇ ଘଟୁଥିବା ଏଭଳି ଘଟଣା ଉପରେ ଓକିଲସଂଘ ର ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ପବ୍ଲିକ ପ୍ରସିକ୍ୱିଟର ଅସିତ ରଞ୍ଜନ ଦେଓ, ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର,ବାମନ କୁମାର ମିଶ୍ର ବିଜୟ କୁମାର ମହାକୁଡ଼ ଓ ଭବାନୀ ପ୍ରସାଦ ଜ୍ୟୋତିଷରାୟ ଏହି ହତ୍ୟାକାଣ୍ଡ ଘଟଣା କୁ ନେଇ ତୀବ୍ର ନିନ୍ଦା ପ୍ରକାଶ କରିବାସହ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ l

ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଆଇନଜୀବୀ ସୁରକ୍ଷା ଆଇନ ଆଣିବାକୁ ଦାବି କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଓକିଲସଂଘ ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସ୍ୱତନ୍ତ୍ର ସରକାରୀ ଓକିଲ ଅନ୍ତର୍ଯ୍ୟାମୀ ରାଉଳ,ସରକାରୀ ଓକିଲ ବିଜୟ କୁମାର ଦନ୍ତା, ସରକାରୀ ଓକିଲ ଅବନୀ କୁମାର ଆଚାର୍ଯ୍ୟ, ସୁଧାଂଶୁ କୁମାର ଶତପଥି,ଅଲେଖ ଚନ୍ଦ୍ର କର୍ମୀ, ସୁନୀଲ କୁମାର ଶାସନି, ରାଜେଶ କୁମାର ମିଶ୍ର, ଗଣେଶ ଚନ୍ଦ୍ର କର୍ମୀ,ସନ୍ତୋଷ କୁମାର ତ୍ରିପାଠୀ, ଜିତେନ୍ଦ୍ର କୁମାର ମୁଖି, ରାମଚନ୍ଦ୍ର କର୍ଣ୍ଣ, ମାଧବ ଚନ୍ଦ୍ର ସାହୁ, ଉଗ୍ରସେନ ସେଠି, ଲଲାଟେନ୍ଦୁ ଦାଶ,ପୀତବାସ ସାହୁ,ପ୍ରଭାକର କହଁର, ସୁନୀଲ କୁମାର ପ୍ରଧାନ,ସମୀର କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ ପ୍ରସ୍ତାବ କ୍ରମେ ଓକିଲସଂଘ ର ସମସ୍ତ ଆଇନଜୀବୀ “ପେନ ଡାଉନ ” କରିଥିଲେ l

Leave a Reply

Your email address will not be published. Required fields are marked *