ଏସ ଭି ଏମ କଲେଜ ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ସଂଘର୍ଷ କୁ ନେଇଜଗତସିଂହପୁର ରେ ବିଜେଡିର ପ୍ରେସମିଟ ।

Date-05/08/25* ଜଗତସିଂହପୁର -ଜଗତସିଂହପୁର ସହର ସ୍ଥିତ ଏସ ଭି ଏମ କଲେଜ ରେ ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ସଂଘର୍ଷ ଘଟଣା କୁ ନେଇ ଜଗତସିଂହପୁର ରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି । ଦଳ ପକ୍ଷରୁ ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଆହତ ଛାତ୍ରଙ୍କୁ ଘଟଣା ଆପୋଷ ସମାଧାନ ପାଇଁ ପୋଲିସ ପକ୍ଷରୁ ଚାପ ପକାଯାଉଥିବା ଅଭିଯୋଗ କରିଛନ୍ତି ଶ୍ରୀ ମୁଦୁଲି । ଅପର ପକ୍ଷରେ ପ୍ରଶାସନ ଆବଶ୍ୟକୀୟ ପଦକ୍ଷପ ନନେଲେ ବିଜୁ ଜନତା ଦଳ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ । ଗତ କାଲି ଏସ ଭି ଏମ କଲେଜ ପରିସରରେ ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ସଂଘର୍ଷ ହେବା ଫଳରେ ଜଣେ ଛାତ୍ର ଗୁରୁତର ହୋଇଥିଲେ । ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଭିନ୍ନ ଭିନ୍ନ ସଦର ଥାନାରେ 3 ଟି ଏତାଲା ହୋଇଥିବା ବେଳେ ପୋଲିସ ଜଣେ ଛାତ୍ର କୁ ଥାନାରେ ଅଟକ ରଖିବା ସହ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଛି । ଏହି ଘଟଣାକୁ ନେଇ କଲେଜ କ୍ୟାମ୍ପସ ରେ ଚାପା ଉତେଜନା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *