ଏରସମା ରେ ବିଜେଡି ର ରୋଡ଼ ସୋ
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଏରସମା ବ୍ଲକ ୟୁଥ କ୍ଲବ ପଡିଆ ଠାରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି ।ବାଲିକୁଦା ବ୍ଲକ ବିଜୁ ଜନତା ଦଳର ସଭାପତି ପୀତବାସ ଗୋଛାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶାରଦା ଜେନାଙ୍କ ସମେତ ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ,ବିଧାୟକ ରଘୁନନ୍ଦନ ଦାସ,ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଗିରିଶ ଦାଶ ପ୍ରମୁଖ ଯୋଗ ଦେଇ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳ ଏହି ନିର୍ବାଚନ ମଣ୍ଡଳୀରେ ବିପୁଳ ସଂଖ୍ୟାରେ ଭୋଟ ହାତେଇବା ଓ ବୁଥ ସ୍ତରରେ ସଂଗଠନକୁ ସୃଦୃଢ଼ କରିବାକୁ ଆହ୍ୱାନ ଦେଇଥିଲେ ।ବାଲିକୁଦା ଓ ଏରସମାରେ ବିଜୁ ଜନତା ଦଳ ସଂଗଠିତ ହୋଇ ରହିଥିବା ବେଳେ ଆଗାମୀ ନିର୍ବାଚନରେ ରେକର୍ଡ ସଂଖ୍ୟକ ମାର୍ଜିନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବିଜୟୀ ହେବେ ବୋଲି କହିଛନ୍ତି ପ୍ରାର୍ଥୀ ଓ ବିଧାୟକ ।ଏହି ଅବସରରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଗଡ଼ କୁଜଙ୍ଗ ମନ୍ଦିର ନିକଟରୁ ବାହାରି ଏରସମାରେ ପହଞ୍ଚି ଥିଲା ।ଏହି ଶୋଭାଯାତ୍ରାରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ଶାରଦା ଜେନା,ସାଂସଦ ପ୍ରାଥିନୀ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ସମେତ ବହୁ ନେତୃବୃନ୍ଦ ସାମିଲ ହୋଇଥିଲେ ।
