ବିଜେଡି ପକ୍ଷରୁ ଦଳା ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ବ୍ୟାସନଗର ପୌରାଞ୍ଚଳକୁ ଡିଏମଏଫ ଫଣ୍ଡ ଅଞ୍ଚଳ ମଧ୍ୟରେ ଅନ୍ତର୍ଭୁକ୍ତ କରିବା ଦାବିରେ ବିଜେଡି ପକ୍ଷରୁ ଦଳା ସ୍ଥିତ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ l ବ୍ୟାସନଗର ସହରକୁ ନିକଟରେ ଡ଼ିଏମଏଫ ଫଣ୍ଡ ପାଣ୍ଠିରୁ ବାଦ ଦିଆଯାଇଛି। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଡ଼ିଏମଏଫ ଫଣ୍ଡ ପାଣ୍ଠି ବିନିଯୋଗ ନହେଲେ ସହର ବିକାଶରେ ପଛରେ ପଡ଼ିଯିବ। ତେଣୁ ଏହାକୁ ବିରୋଧ କରି ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ସ୍ଥାନୀୟ ବିଜେଡ଼ି ପକ୍ଷରୁ ଆଜି ବ୍ୟାସନଗର ଚୋରଦା ବାଇପାସ୍ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଜେଡ଼ି ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ଭବ ପ୍ରସାଦ ଦାସ, ପୌର ପରିଷଦ ର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଓ ବ୍ୟାସନଗର ବିଜେଡି ସଭାପତି ଅମୁଲ୍ୟ କୁମାର ନାୟକ ଙ୍କ ସମେତ ବିଜେଡ଼ିର ବହୁ ନେତା, ନେତ୍ରୀ ଓ କର୍ମୀ ସାମିଲ ହୋଇଥିଲେ।ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର
