ବିଜେଡିର ଜଗତସିଂହପୁର ଏସ୍ପି କାର୍ଯ୍ୟାଳୟ ଘେରାଉ ।
23/04/25*ଜଗତସିଂହପୁର ଜିଲା ତରିକୁନ୍ଦ ଠାରେ ଗତ ୧୧ ତାରିଖ ଦିନ ଆୟୁଷମାନ ଭାରତ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଉତ୍ସବ ରେ ବିଜେପି କର୍ମୀଙ୍କ ଚେୟାର ଭଙ୍ଗାରୁଜା ଓ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗ ଘଟଣା ରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଓ ଜଗତସିଂହପୁର ଏସପିଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ସ୍ଥାନୀୟ ଗାନ୍ଧୀ ଛକ ନିକଟରୁ ବିଜେଡି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ଜଗତସିଂହପୁର ସହର ପରିକ୍ରମା କରିବା ସହ ଏସ୍ପି ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ ସହ ଘେରାଉ କରାଯାଇଥିଲା । ଏହି ଆନ୍ଦୋଳନରେ ବିଜେଡି ଜିଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ସହିତ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୂର୍ବତନ ବିଧାୟକ ପ୍ରତାପ ଜେନା, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଓ ପାରାଦୀପର ବିଜେଡି ନେତା ବାପି ସର୍ଖେଲଙ୍କ ସମେତ ବିଜୁ ଜନତା ଦଳର ବହୁ ବରିଷ୍ଟ କର୍ମକର୍ତା ଓ କର୍ମୀ ମାନେ ଯୋଗ ଦେଇଥିଲେ । ଜିଲା ରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ଓ ପ୍ରଶାସନିକ ସ୍ଥାଣୁତା ଓ ବିଜେପି କର୍ମୀ ଙ୍କୁ ଗିରଫ ପ୍ରତିବାଦ ରେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଉପସ୍ଥିତ ଦଳର ବରିଷ୍ଠ ନେତାମାନେ ଚେତାବନୀ ଦେଇଛନ୍ତି ।
