ପୁରୁଣା ବଜାର ଅଞ୍ଚଳ ରେ ବିଜେଡି ପଦଯାତ୍ରା

୯ – ନଭେମ୍ବର – ୨୦୨୫) ଏହା ଜନତାର ଆସ୍ଥା, ଏହା ଜନତାର ଭରଷା, ଏହା ହେଉଛି ଭଦ୍ରକ ପୁରୁଣା ବଜାର ଅଞ୍ଚଳର ଶକ୍ତି। ଜନତା ସହ, ଜନତା ପାଇଁ, ସଦା ସର୍ବଦା ବିଜୁ ଜନତା ଦଳ ଅଛି। ଆଜି ପୁରୁଣା ବଜାର ଅଞ୍ଚଳ ର ଜନସାଧାରଣ ଯେପରି ଭାବରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ ଙ୍କ ପ୍ରତି ନିଜର ଅତୁଟ ଭଲପାଇବା ଓ ଆସ୍ଥା ପ୍ରଦର୍ଶନ କରିଛନ୍ତି – ସେହି ଶକ୍ତି ହେଉଛି ଜନତାଙ୍କର ସତ୍ୟ ସମର୍ଥନ ଓ ଆଶୀର୍ବାଦର ପ୍ରତିକ। ଆଜି ପୁରୁଣା ବଜାର ଅଞ୍ଚଳ ରେ ବିଜୁ ଜନତା ଦଳ ତରଫରୁ ଆୟୋଜିତ ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାଙ୍କା ବଜାର ଠାରୁ ବାହାରି ପୁରୁଣା ବଜାର ହନିଫ୍ କ୍ଲବ ପରିସରରେ ପହଞ୍ଚିଥିଲା ଏବଂ ସେଠାରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ହଜାର ହଜାର ଜନସାଧାରଣଙ୍କ ଯୋଗଦାନରେ ଉତ୍ସାହ ଓ ଶକ୍ତିର ସାଗରରେ ପରିଣତ ହେଲା। ଲୋକମାନେ ଅପାରଗ, ଭଣ୍ଡ ଓ ଦୁର୍ନୀତିଗ୍ରସ୍ତ ବିଜେପି ସରକାର ବିରୋଧରେ ଗର୍ଜନ କଲେ। ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଓ ବିଜେଡ଼ିର ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ଶ୍ରୀ ମୁକ୍ତିକାନ୍ତ ମଣ୍ଡଳ, ବିଜେଡ଼ି ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ଜଗନ୍ନାଥ ସ୍ବାଇଁ, ଭଦ୍ରକ ପୌରାଦ୍ଧକ୍ଷା ଗୁଲମକ୍କି ହବିବ, ଭଦ୍ରକ ବ୍ଲକ ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ଭଦ୍ରକ ଟାଉନ୍ ସଭାପତି ମହମ୍ମଦ ଜକାଉଲ୍ଲା, ବରିଷ୍ଠ ଅଧିବକ୍ତା ପୱନ ଶର୍ମା, ଭଦ୍ରକ ପୌରପାଳିକା ର ପାରିଷଦ ବୃନ୍ଦ ଶ୍ରୀ ଦିଲ୍ଲୀପ ନାୟକ, ସାହିଦ ଖାନ, ସେକ ଗରିବୁଲ୍ଲା, ପାରିଷଦ ଙ୍କ ପ୍ରତିନିଧି ବୃନ୍ଦ ଶ୍ରୀ ପଙ୍କଜ ବଳ, ଶ୍ରୀ ପ୍ରଭାତ କୁମାର ମାଝୀ, ତନବିର ଖାନ, ବରିଷ୍ଠ ନେତା ମେହେବୁବ ଖାନ, ଯୁବନେତା ସେକ ଜାହିଦ ହବିବ, ଶ୍ରୀ ବିକାଶ ଶ୍ରେଷ୍ଠା, ଶ୍ରୀ ମାୟାଧର ନାଥ, ଇମତିୟାଜ୍ କମାଲ ଖାନ, ସେକ ଜିକୁ, ଶେଖ ହାସିମ୍, ସେକ ଖାଲିକ୍, ସେକ ସାଜିଦ ହବିବ୍, ସଲିମ୍ ଖାନ, ସେକ ଗୋଲାମ ଗୌସ, ନାସିରୁଦ୍ଧିନ ଖାନ, ଶ୍ରୀ ଦେବାଶିଷ ଭାରତୀ, ସେକ ଏକ୍ରାମ୍ ଏବଂ ବରିଷ୍ଠ, ମହିଳା ଓ ଯୁବ-ଛାତ୍ର ନେତୃମଣ୍ଡଳୀ ଉପସ୍ଥିତ ହୋଇ ଜନସାଧାରଣଙ୍କ ଉତ୍ସାହକୁ ଆହୁରି ବଢ଼ାଇ ଥିଲା। ଏହା ଆମ ଆସ୍ଥା, ଏହା ଆମ ପ୍ରେମ, ଏହା ଆମର ଶକ୍ତି। ଜନତା ସହ, ଜନତା ପାଇଁ, ଜନତାଙ୍କ ଦଳ – ବିଜୁ ଜନତା ଦଳ।

Leave a Reply

Your email address will not be published. Required fields are marked *