ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ଜବର୍ ଦଖଲ ଉଛେଦ ଓ ମଣ୍ଡିରୁ ଧାନ ନ ଉଠିବା ପ୍ରସଙ୍ଗରେ ବିଜେଡ଼ି ଆନ୍ଦୋଳନ ପାଇଁ ସଜବାଜ ।
କନ୍ଧମାଳ, ବାଲିଗୁଡା ରାଜ୍ୟ ସରକାରଙ୍କ ଚାଷୀ ମାରଣନୀତି ପିପର୍ଯ୍ୟସ୍ତ, ଆଇନ ଶୃଙ୍ଖଳା ପରିସ୍ଥିତି, ଜବର୍ ଦାଖଲ ଉଚ୍ଛେଦ, ଭଳି ବିଭିନ୍ନ ପ୍ରସଙ୍ଗ ନେଇ ବାଲିଗୁଡ଼ାରେ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତିବୈଠକ ଜିଲ୍ଲା ବିଜେଡ଼ି ଉପସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହଇଯାଇଛି । ଏନେଇ ବିଜେଡିର ବାଇକ୍ ସଭାଯାତ୍ର। କରାଯିବ। ସହ ବିରୋଧୀଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ବିଜେଡ଼ି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଅଛି । ଏହି ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ, ବାଲିଗୁଡା ନଗର ସଭାପତି ଅବନିକ।ନ୍ତ ନାୟକ, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁ ବିଜେଡ଼ି କର୍ମୀ ଯୋଗଦେଇଥିଲେ । ବିଜେପିର ଉଣେଇଶି ମାସର ସରକାରରେ ରାଜ୍ୟରେ ବଡ଼ିଚ। ଲିଥିବ। ନାରିନିର୍ଯ୍ୟତନ।, ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା, ଜବର୍ ଦଖଲ ଉଛେଦ ନାରେ ଘରଭଙ୍ଗା ସହିତ, ମଣ୍ଡିରୁ ଚାଷୀଙ୍କ ଧାନ ନଉଠିବା ଭଳି ବିଭିନ୍ନ ସମସ୍ୟା କୁନେଇ ବଡ଼ ଧରଣର ଆନ୍ଦୋଳନ କୁ ଓହ୍ଲାଇବ ବଲି ବିଜେଡ଼ି କହିଛି।ଏଥି ସହ କନ୍ଧମାଳ ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରତିବାଦ କରିବଓ ସରକାରୀ କାର୍ଯ୍ୟାଳୟ ଘେରିବା ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଗଲା ।
