ବିଜେଡି ର ପ୍ରତିଷ୍ଠା ଦିବସ; ରୋଗୀଙ୍କୁ ଫଳ ବଂଟନ କଲେ ରାଜେନ୍ଦ୍ର
ଖୋର୍ଦ୍ଧା,୨୬ା୧୨ : ବିଜୁ ଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟବ୍ୟାପି ପାଳିତ ହୋଇଛି । ଏହି କ୍ରମରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ବିଜେଡି ପକ୍ଷରୁ ପୂର୍ବାହ୍ନରେ ବିଜୁପଟ୍ଟନାୟକ ଉଦ୍ୟାନ ପରିସରରେ ବିଜୁ ବାବୁଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିରେ ମାଲ୍ୟାପଣ କରାଯାଇଥିଲା । ପରେ ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିସôାଳୟ ପରିସରରେ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜୁ ପ୍ରେମୀ ଏକ ହୋଇ ଫଳ ବଂଟନ କରିଥିଲେ । ଏଥିରେ କାଉନ୍ସିଲର ଅମୀୟ ମହାନ୍ତି, ସୁଶାନ୍ତ ଜେନା, କାଉନ୍ସିଲର

ପ୍ରତିନିଧି ବଦ୍ରିନାରାୟଣ ସାହୁ, ସେକ ଅବଦୁଲ ରହିମ୍, ମିଡିଆ ସେଲ ସଂଯୋଜକ ଲଳିତ ମୋହନ ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ବ୍ଲକ ପ୍ରତିନିଧି ବ୍ରହ୍ମାନନ୍ଦ ଜେନା, ଆଇଟି ସେଲ ସଂଯୋଜକ ବିରଂଚିନାରାୟଣ ଜେନା, ତାହିର ଖାନ୍, ସ୍ମୃତିରଞ୍ଜନ ହୋତା, ଇନ୍ଦ୍ରଜିତ୍ ସାହୁ ପ୍ରମୁଖଙ୍କ ସମେତ ବିଭିନ୍ନ ଓ୍ବାର୍ଡର କାଉନ୍ସିଲର, ପଂଚାୟତ ପ୍ରତିନିଧି ପ୍ରମୁଖ ଉପସ୍ଥିତଥିଲେ ।
