ବିଜେଡିର ମିଶ୍ରଣ ପର୍ବ
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା, ନୀତି ଆଦର୍ଶ ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ବ୍ଲକ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀଧର ଜେନା, ବିଜେପିର ପୂର୍ବତନ ମଣ୍ଡଳ ସଭାପତି ଗୋପି ଲେଙ୍କା, କଡ଼ାଜିତ ପଞ୍ଚାୟତର ବିଜେପିର ପୂର୍ବତନ ସମିତି ସଭ୍ୟ ପ୍ରାର୍ଥୀ ପ୍ରଭାକର ଜେନା ଓ ପୂର୍ବତନ ସମବାୟ ପ୍ରଶାସନିକ ଅଧିକାରୀ ରାଜକିଶୋର ପରିଡାଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା ନରେନ୍ଦ୍ର କୋଣ ସ୍ଥିତ ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ( ମୁଖ୍ୟାଳୟ ) ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତିରେ ଶହ ଶହ ବିଜେପି କ୍ରର୍ମି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ତ୍ୟାଗ କରି ବିଜୁ ଜନତା ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁରପ୍ରସାଦ ମହାନ୍ତି, ବରିଷ୍ଠ ନେତା ଭଗବାନ ନାୟକ, ରେବଣା ନୂଆଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗିରଥି ବଡ଼ଜେନା, ବ୍ଲକ ସଭାପତି ବିଦ୍ୟାଧର ସ୍ଵାଇଁ, ଜିଲ୍ଲା ପରିଷଦ ସଦସ୍ୟ କୈଳାସ ଚନ୍ଦ୍ର ପରିଡା, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ବ୍ରହ୍ମଗିରି ପଞ୍ଚାୟତ ସମିତି ସଭ୍ୟ ଯୁଧିଷ୍ଠିର ନାୟକ, ପଞ୍ଚାୟତ ସଭାପତି କୁବେର ମହାପାତ୍ର, ଆଇନଜୀବି ଭାସ୍କର ଜେନା ଓ ବିଜୟ କୁମାର ଦଳେଇ ଉପସ୍ଥିତ ରହି ବିଜୁ ଜନତା ଦଳକୁ ସେମାନଙ୍କୁ ସ୍ଵାଗତ କରିଥିଲେ ।
