ବିଜେଡି ର ପ୍ରତିବାଦ ପଦଯାତ୍ରା

ରଘୁନାଥପୁର-! ତା -୧୪,୦୮,୨୫ରିଖ-! ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକର ବଜାର ସ୍ଥିତ ବିଜୁ ପଟ୍ଟନାୟକ ଛକ ଠାରେ ଆଜି ଦିବା ୧୦ ଘଟିକା ସମ଼ୟରେବିଜେଡ଼ି କର୍ମୀଙ୍କ ଦ୍ବାରା ଏକ ପ୍ରତିବାଦ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିବାଦ ପଦଯାତ୍ରା ବିଜୁ ପଟ୍ଟନାୟକ ଛକ ଠାରୁ ରଘୁନାଥପୁର ଥାନା ପର୍ଯ୍ୟନ୍ତ ହୋଇଥିବାର ଦେଖା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ବିଧାୟକ ଡା.ରମାକାନ୍ତ ଭୋଇ ଅଂଶଗ୍ରହଣ କରିଥିବା ବେଳେ ଏହି ବ୍ଲକ ଅଞ୍ଚଳର କିଛି ପଞ୍ଚାୟତର ବିଜେଡ଼ି କର୍ମୀ ଓ ଏହି ବ୍ଲକ ସ୍ଥିତ ରେଢୁଆ ପଞ୍ଚାୟତର ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ର କିଛି ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା। ସର୍ବଶେଷରେ ରଘୁନାଥପୁର ଥାନା ଅଧିକାରୀଙ୍କ ମାଧ୍ୟମରେ ରାଜ୍ୟର ମୁଖ୍ୟ ପୋଲିସ ଅଧିକାରୀ ଙ୍କୁ ଛାତ୍ରୀ ଏବଂ ନାରୀ ସୁରକ୍ଷା ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିବା ବେଳେ ରଘୁନାଥପୁର ଡାକ କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ପୋଷ୍ଟ କାର୍ଡ ଦ୍ୱାରା ନାରୀ ଏବଂ ଛାତ୍ରୀ ସୁରକ୍ଷା ନିମନ୍ତେ ପ୍ରତିବାଦ ପତ୍ର ପଠା ଯାଇଥିଲା।

Leave a Reply

Your email address will not be published. Required fields are marked *