ମୁଣ୍ଡିଆଳ ନେତାଙ୍କ ଅନୁପସ୍ଥିତିରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ମହିଳା କର୍ମୀ କହିଲେ ନବୀନ ଓ ଶଙ୍ଖ ଚିହ୍ନକୁ ଜାଣିଛୁ ।
ହିଞ୍ଜିଳିକାଟୁ, ୧୦ /୧୧/( ) ଗଞ୍ଜାମ ଜିଲ୍ଲା ବିଜେଡି ର ହିଞ୍ଜିଳି ବ୍ଳକ ଓ ପୌରାଞ୍ଚଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ସୁଚନାଅନୁଯାୟୀ ଆଜିର ଏହି ପଦଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ପଞ୍ଚାୟତରୁ ପ୍ରାୟ ହଜାରରୁ ଅଧିକ ମହିଳା ଓ ବିଜେଡି କର୍ମୀମାନେ ସ୍ବତ ପ୍ରବୃତ୍ତ ଭାବେ ଦେଖିବାର ମିଳିଛି । ପୁର୍ବରୁ ଏହି ପଦଯାତ୍ରା ପାଇଁ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ସାରୁ କଲ୍ୟାଣ ମଣ୍ଡପ ପରିସରରେ ବରିଷ୍ଠ ବିଜେଡି ନେତା ସୁରେନ୍ଦ୍ରନାଥ ପ୍ରଧାନଙ୍କ ଅଧ୍ଯକ୍ଷତାରେ ଆୟୋଜିତ ବୈଠକରେ ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ଠାରେ ସାଧାରଣ ସଭା ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହି କ୍ରମରେ ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର ଏବଂ ବ୍ଳକ ପ୍ରତିନିଧ୍ ଏ. ସୁଦର୍ଶନଙ୍କ ନେତୃତ୍ବରେ ହିଞ୍ଜିଳି ବ୍ଳକ ଏବଂ ପୌରଞ୍ଚଳର ଶତାଧିକ ମହିଳା , ବିଜୁପ୍ରେମୀ , ନବୀନ ଫେନ, ବିଜେଡି କର୍ମୀ ,ଛାତ୍ରନେତା ସହର ପରିକ୍ରମା କରିଥିଲେ । ଆଜିର ଏହି ପଦଯାତ୍ରାରେ ବହୁ ବରିଷ୍ଠ ନେତା, ସରପଞ୍ଚ ,ସମିତସଭ୍ଯ ,ପୁର୍ବତନ ସରପଞ୍ଚ ଓ ସମିତସଭ୍ଯ, ହିଞ୍ଜିଳିକାଟୁ ପୌରାଞ୍ଚଳ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲାଇ, ହିଞ୍ଜିଳି ବ୍ଳକ ସରପଞ୍ଚ ସଂଘର ସଭାପତି ତଥା ଗଞ୍ଜାମ ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ଭୋଳ ,ସରପଞ୍ଚ ନିଳାଞ୍ଚଳ ସାହୁ ପ୍ରମୁଖ ଅଂଶ ଗ୍ରହଣ କରି ବସଷ୍ଟାଣ୍ଡ ନିକଟରେ ହୋଇଥିବା ସଭାରେ ସରକାରଙ୍କ ଅପାରଗତା, ସ୍ଥାନୀୟ ସମସ୍ୟା ସହ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ଓ ବ୍ୟାପକ ହରିଲୁଟ୍ ନେଇ ମଞ୍ଚରେ ବସିଥିବା ନେତାମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଆମେ କେବଳ ନବୀନଙ୍କୁ ଏବଂ ଶଙ୍ଖ ଚିହ୍ନକୁ ଜାଣିଛୁ ବୋଲି ଅନେକ ମହିଳାଙ୍କ ଠାରୁ ଶୁଣିବାରେ ମିଳୁଥିବା ବେଳେ କିଛି ମୁଣ୍ଡିଆଳ ସ୍ଥାନୀୟନେତା ,ପୁର୍ବତନ ଜନପ୍ରତିନିଧି ଏବଂ ପଦପଦବୀରେ ଥିବା ଆଗଧାଡିର ବିଜେଡି ନେତାଙ୍କ ଏହି ପଦଯାତ୍ରାରେ ଅଦୃଶ୍ୟ ଥିଲେ ।
