ବିଜେଡି ବିଜେପି ଶୁଭ ବିବାହ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ R. M. C. S ପଡିଆ ଠାରେ 15/2/24 ତାରିଖ ଅପରାହ୍ନ ରେ ବିଜେପି ବିଜେଡି ର ଶୁଭ ବିବାହ ଅନୁଷ୍ଠିତ ହୋଇ ଯାଇଅଛି.।ଏହି ବାହା ଘର ବହୁତ ଧୂମଧାମ ରେ ପାଳିତ ହୋଇଥିବା ବେଳେ ସମସ୍ତେ ଖୁସି ଥିବା ଦେଖିବାକୁ ମିଳିଥିଲା।ଏହି ବାହା ଘର ବିଷୟ ରେ ପଚାରି ବୁଝିବା ରୁ ଜଣା ପଡିଲା କି 2009ରୁ ବିଜେପି ବିଜେଡି ମଧ୍ୟରେ ପ୍ରିୟା ପ୍ରୀତି ଥିଲା କିନ୍ତୁ ବାହାଘର ହୋଇ ପାରୁନଥିଲା ଯାହାକି କଂଗ୍ରେସ ତରଫ ରୁ ଆଜି ଆମେ ସମ୍ପର୍ଣ କରି ପାରିଲୁ। କଂଗ୍ରେସ ତରଫ ରୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇ ଥିବା ବେଳେ ଏହି ନିମନ୍ତ୍ରଣ ପତ୍ର କୁ ରାଇକିଆ ବ୍ଲକ କଂଗ୍ରେସ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ଆଶାୟୀ ପ୍ରାର୍ଥୀ ଶ୍ରୀମତୀ କ୍ରିଷ୍ଣା ପ୍ରିୟା ପ୍ରଧାନ, ଆଶାୟୀ ସାଂସଦ ପ୍ରାର୍ଥୀ ପଞ୍ଚାନନ ଦିଗଲ ବଣ୍ଟନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ରାଇକିଆ ବ୍ଲକ ର ବହୁ କଂଗ୍ରେସ କର୍ମୀ ବର କନ୍ୟା ଙ୍କୁ ହୁଳହୁଳି ସହ ସ୍ୱାଗତ କରିବା ସହିତ ପ୍ରୀତି ଭୋଜନ ସାରି ଘର କୁ ପ୍ରତ୍ୟାବର୍ତନ କରିଥିଲେ।

Leave a Reply

Your email address will not be published. Required fields are marked *