ୱାର୍ଡ ନମ୍ବର ୩ ବିଜେପି ପଦ ଯାତ୍ରା ବିଧାୟକ ପ୍ରାର୍ଥୀ କେ, ଅନିଲ କୁମାର ବ୍ରହ୍ମପୁର

: ଆଜି ବ୍ରହ୍ମପୁରର ବିଜେପି ପ୍ରାର୍ଥୀ କେ. ଅନିଲ କୁମାର ନିଜର ଶହ ଶହ ସମର୍ଥକଙ୍କୁ ଧରି ସଙ୍କେଳେଶ୍ୱର ମନ୍ଦିର ରୁ ପୂଜା କରି ବାହାରିଲେ ,ଶଙ୍କର ପୁର ସାହି,ଆସ୍କା ରୋଡ, ବାରିଆ ବିଲ ସାହି,ଜେନା ସାହି ଗ୍ରାମ ଦେବତୀ ସାହି ଗଜାନନ ପେଟା ଅଞ୍ଚଳର ବିଭିନ୍ନ ସାହି କୁ ସାହି ବୁଲି ଭୋଟ ଭିକ୍ଷା କରିଛନ୍ତି। ବ୍ରହ୍ମପୁରରେ ସେ ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେଡି ସରକାର ଦ୍ବାରା ବ୍ରହ୍ମପୁର ସହରର ଯେଉଁଭଳି ଭାବେ ଘର ପାନୁ ବର୍ଦ୍ଧିତ କରାଯାଇଛି ତାହାକୁ ପ୍ରତ୍ୟାହାର କରାଯିବ । ଏହା ସହିତ ସହରର ଅଟକି ଯାଇଥିବା ବିକାଶମୂଳ କାର୍ଯ୍ୟ କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଠିକାଦାରୀରାଜର ପରି ସମାପ୍ତି କରାଯାଇ ସହରରେ ଠିକାଦାରି ବ୍ୟବସ୍ଥା ରେ ସ୍ୱଚ୍ଛତା ଅବଲମ୍ବନ କରାଯିବ । ଏହା ସହ ବ୍ୟବସାୟୀ ବନ୍ଧୁ ମାନେ ନିର୍ଭୟ ରେ ବେପାର କରିବା ସହ ବ୍ରହ୍ମପୁର ସହର ରେ ମାଫିଆରାଜର ପରିସମାପ୍ତି ଘଟାଇବି ବୋଲି ଆଜି ସହରର ବିଭିନ୍ନ ପ୍ରଥପ୍ରାନ୍ତ ସଭା ମାନକୁ ସମ୍ବର୍ଦ୍ଧନା କରି ଶ୍ରୀ ଅନିଲ କୁମାର କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ୱାର୍ଡ ନମ୍ବର ୩ କର୍ପୋରେଟର ସବିତା ସାହୁ ବିଜେପି ନେତା, ଚିତ୍ତ ରଞ୍ଜନ ସାହୁ ଶିଶିର ପାଢ଼ୀ, ଅହିଂସା ସାହୁ,କାମନା ପାଢ଼ୀ, ଗୋପାଳ କୃଷ୍ଣ ରଥ ଟି.ଗୋପୀ,ଧନୁ ପାଣିଗ୍ରାହି , ଜଗଦିଶ ରାଓ,ବଦ୍ରି ନାୟକ,ଅଶୋକ ଶୁକ୍ଳ, ଶରତ ପଟ୍ଟନାୟକ,ପ୍ରଭାତ ଷଡ଼ଙ୍ଗୀ,ଆନନ୍ଦ ମହାଙ୍କୁଡ,ଏଲ୍.ଗୋପୀ ,ସୁନିଲ ପଣ୍ଡା,ଶିବଶଙ୍କର , ସୁଶାନ୍ତ ସାମଲ ପ୍ରମୁଖ ଯୋଦେଇଥିଲେ ।

Leave a Reply

Your email address will not be published. Required fields are marked *