ନାମାଙ୍କନ ଦାଖଲ କଲା ବିଜେପି
– ନାମାଙ୍କନର ଶେଷ ଦିନରେ ଆଜି ବିଜେପି ପକ୍ଷରୁ କାମାକ୍ଷାନଗର ପାଇଁ ଶତୃଘ୍ନ ଜେନା ଓ ପର୍ଜଙ୍ଗ ପାଇଁ ବିଭୂତି ପ୍ରଧାନ ଉଭୟ ହଜାର ହଜାର ଦଳିୟ କର୍ମିଙ୍କ ଗହଣରେ ଆସି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ହଜାର ହଜାର ବିଜେପି କର୍ମୀ ଓ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଛି ଦଳ।।ସ୍ଥାନିୟ ଆଳତୁମା ଠାରୁ ଉଭୟ ପ୍ରାର୍ଥି ଏକାଠି ହୋଇ ଦଳିୟ ସ୍ଲୋଗାନ ଦେବା ସହ ଏଥର ବିଜୟ ସୁନିଶ୍ଚିତ ବୋଲି କହିଥିଲେ।ପ୍ରଧାନ ମନ୍ତ୍ରି ନରେନ୍ଦ୍ର ମୋଦି ଦେଇ ଗ୍ୟାରେଣ୍ଟିକୁ ନେଇ ଲୋକ ମାନଙ୍କ ପାଖରେ ପହଞ୍ଚିବା କଥା କହିଛନ୍ତି।
