ଆସନ୍ତା ୨୮ ରେ ବ୍ରହ୍ମପୁର ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
: – ଚଳିତ ମାସ ୨୮ ତାରିଖରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରତାପ ନଡ୍ଡା। ଏ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଡା ସୁବାସ ସାହୁ। ସୂଚନା ମୁତାବକ ଶୁକ୍ରବାର ସ୍ଥାନୀୟ ଗାନ୍ଧୀ ନଗର ଠାରେ ଥିବା ବ୍ରହ୍ମପୁର ବିଧାନସଭା କାର୍ଯ୍ୟାଳୟ ପରିସରରେ ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ମିଡ଼ିଆ ସଂଯୋଜକ ସୁନିଲ କୁମାର ସାହୁ ଙ୍କ ସଂଯୋଜନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଡ଼ା ପ୍ରଦୀପ ପାଣିଗ୍ରାହୀ, ଜିଲ୍ଲା ସଭାପତି ଡ଼ା ସୁବାସ ସାହୁ, ବିଧାୟକ ପ୍ରାର୍ଥୀ ଡ଼ା ସିଦ୍ଧାନ୍ତ ମହାପାତ୍ର, କେ ଅନିଲ କୁମାର, କୃଷ୍ଣ ଚନ୍ଦ୍ର ନାୟକ, ଲୋକସଭା ପ୍ରଭାରୀ ସରୋଜ ସାବତ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏହି ଅବସରରେ ଆସନ୍ତା ୨୮ ତାରିଖରେ ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରତାପ ନଡ୍ଡା। ଏହି କାର୍ଯ୍ୟକ୍ରମ ଆମ୍ବପୂଆ ସ୍ଥିତ ବିବେକ ବିହାର ପରିସରରେ ଏହା ଅନୁଷ୍ଠିତ ହେବାର ରହିଛି। ସେହିପରି ଅପରାହ୍ନ ୩ ଟା ସମୟରେ ସେ ଉକ୍ତ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଦଳୀୟ କର୍ମୀ ଓ ନେତୃବୃନ୍ଦ କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଓଡ଼ିଶାକୁ ଏକତ୍ରିତ କରିବା ପାଇଁ ସ୍ବପ୍ନ ରମ୍ଭା ରାଜ ନଅର ରୁ ଆରମ୍ଭ ହୋଇଥିଲା। ଏହାର ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମଧୁସୂଦନ ଦାସ ଙ୍କ ସମେତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିତ୍ବ ଙ୍କ କେବେ ବି ମନେ ପକାଉ ନାହିଁ ବିଜେଡି ବୋଲି କହିଛନ୍ତି। ସେହିପରି ଗତ ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଦଳର ବରିଷ୍ଟ ନେତା ଭୂପେନ୍ଦ୍ର ସିଂ ଯାଦବ ନିର୍ବାଚନୀ ଚାରସିଟ ଘୋଷଣା କରିଛନ୍ତି। ଏହାକୁ ନେଇ ମଧ୍ୟ ନିଜର ମତ ରଖିବା ସହ ଗତ ୨୦୧୯ ମସିହାରେ ନିର୍ବାଚନ ସମୟରେ ୩୧୪ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ତାହା ସଂପୂର୍ଣ୍ଣ ଶୀତଳ ଭଣ୍ଡାର ରେ ପଡ଼ି ରହିଛି। ସେହିପରି ରାଜ୍ୟରେ ୩୫ ପ୍ରତିଶତ ଜମିକୁ ଜଳ ସେଚନ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ମାତ୍ର ୧୭ ପ୍ରତିଶତ ଜମି ପାଇଁ ଜଳ ସେଚନ ହୋଇ ପାରିଛି। ସେହିପରି ଜାତୀୟ ହାର ଠାରୁ ୬୧୩ ପ୍ରତିଶତ ଅଧିକ ଆତ୍ମହତ୍ୟା କରୁଛନ୍ତି। ସେହିପରି ରାଜ୍ୟର ୬୧୨୪ ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ରାସ୍ତା ହେଇ ନାହିଁ। ସେହିପରି ଗତ ୨୦୧୭ ପରଠାରୁ ରାଜ୍ୟର ସମସ୍ତ କଲେଜ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ ରଖିଛନ୍ତି। ନୂତନ ନେତୃତ୍ଵ କୁ ସୃଷ୍ଠି କରିବାକୁ ଡରୁଛନ୍ତି ରାଜ୍ୟ ସରକାର। ରାଜ୍ୟରେ କ୍ରୀତଦାସ ପ୍ରଥା କୁ ଜାରି ରଖିବା ପାଇଁ ସରକାର ଏହି କଲେଜ ନିର୍ବାଚନ କରିବାକୁ ଡରୁଛନ୍ତି ବୋଲି ଡ଼ା ପାଣିଗ୍ରାହୀ କହିଛନ୍ତି। ଏହା ସହ ଆସନ୍ତା ୨୮ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ଗସ୍ତରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ କରିଛନ୍ତି।
