ଗମ୍ଭାରୀମୁଣ୍ଡ ଠାରେ ଭାରତୀୟ ଜନତା ପାର୍ଟ ତରଫରୁ ପାଳିତ ହୋଇଛି ମିଶ୍ରଣ ପର୍ବ

ଆଜି ବିଧାୟକ ପାର୍ଥି ଶ୍ରୀ ଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଗମ୍ଭାରୀ ମୁଣ୍ଡା ବଜାର ଠାରେ ଏକ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ l ଏବଂ ସେଠାରୁ ସେ ସହ ସହ ଦଳୀୟ କର୍ମୀ ସହ ବିଶାଳ ପଦଯାତ୍ରା କରି ପତିତପାବନ କଲ୍ୟାଣୀମଣ୍ଡପ ଠାରେ ପହଞ୍ଚି ଥିଲେ l ସେଠାରେ ଏକ ସଭାର ଆୟୋଜନ କରିଥିଲେ l

ସେହି ସଭାରେ ମୁଖ୍ୟ ଅତିଥି ଭାବରେ ଅଭିନେତ୍ରୀ ପିଙ୍କି ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଭୁତି ଭୂଷଣ ହରିଚନ୍ଦନ, ବିଧାୟକ ପାର୍ଥି ପୃଥ୍ୱୀରାଜ ହରିଚନ୍ଦନ, ଭାରତୀୟ ଜନତା ପାର୍ଟୀ ର ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଓ ଜିଲ୍ଲା ଉପ ସଭାପତି ବିଜୟ କୁମାର ବିଶ୍ୱାଳ ଙ୍କ ଉପସ୍ଥିତିରେ ପ୍ରାୟ ପଚାଶ ରୁ ଉର୍ଦ୍ଧ ବିଜୁ ଜନତା ଦଳ ର ତୁଙ୍ଗ ନେତା ବିଜେଡି ଛାଡି ଭାରତୀୟ ଜନତା ପାର୍ଟୀ ର ନୀତି ଓ ଆମର ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଥିଲେ l ଏବଂ କିଛି ନେତା ଘର ବାହୁଡା଼ ମଧ୍ୟ୍ୟ ହାଇଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *