ବ୍ଲକ ଅଧକ୍ଷ କୁ ନେଇ ବିଜେପି ବିଜେଡି ଛକା ପଞ୍ଜା l

ବ୍ରହ୍ମପୁର/କୁକୁଡ଼ାଖଣ୍ଡି(ହିମାଂଶୁ ଶେଖର ସାବତ) କୁକୁଡାଖଣ୍ଡି ବ୍ଲକରେ ଅଧକ୍ଷ ନିର୍ବାଚନକୁ ନେଇ ରାଜନୈତିକ ହଟଚମଟ ,ରାଜାବିହୀନ ରାଜ୍ୟ ଯେମିତି ହୁଏ ସେଭଳି ପରିସ୍ଥିତି ବର୍ତ୍ତମାନ କୁକୁଡାଖଣ୍ଡି ବ୍ଲକରେ ଦେଖିବାକୁ ମିଳିଛି l ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ରେ ବ୍ଲକ ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଉପାଧ୍ୟକ୍ଷ ଏବଂ କିଛି ସମିତି ସଭ୍ୟ ଙ୍କ ବିଜେପି ମୁହାଁ ହେବା ବିଜେଡି ସଙ୍ଗଠନକୁ ଦୁର୍ବଳ କରିଛି l ଗୋଟିଏ ପଟେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ଡକ୍ଟର ସିଦ୍ଧାନ୍ତ ମହାପାତ୍ର ଘନ ଘନ ପ୍ରତି ପଞ୍ଚାୟତ ବୁଲି ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନ ରାସ୍ତା ବାହାର କରିବା ସହ ମିଶ୍ରଣ ପର୍ବ କରି ସଙ୍ଗଠନ କୁ ସୁଦୃଢ କରଇବାରେ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି , ଅନ୍ୟପଟେ ବିଜେଡି ପକ୍ଷରୁ ନିର୍ବାଚନ କମିଶନର ଙ୍କୁ ଭେଟି କୁକୁଡ଼lଖଣ୍ଡି ବ୍ଲକ ଅଧ୍ୟକ୍ଷ ପଦ ପୁନ ନିର୍ବାଚନ କରିବାପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବୀ ପ୍ରକାରେ ବହୁ ଦିନ ଧରି ଅଧ୍ୟକ୍ଷ ଖାଲି ପଡିଥିବା ଯୋଗୁ ବ୍ଲକ ରେ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନହେବା ଓ ଉନ୍ନତିମୂଳକ କାର୍ଯ୍ୟ ନହେବା ଏବଂ ହୋଇଥିବା କାର୍ଯ୍ୟର ବିଲ ପଇଠ ନ ହୋଇ ପଡ଼ିରହିବା ଘଟଣା ବ୍ଲକ ପାଇଁ ଚିନ୍ତାର କାରଣ ପାଲଟିଛି , ଏହାର ମୁଖ୍ୟ କାରଣ ହେଲା ବିଜେପି ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ଘର କୁ ଘର ବୁଲି ଲୋକଙ୍କ ଅଭିଯୋଗ ଶୁଣି ଲୋକଙ୍କ ନିକଟବର୍ତ୍ତି ହୋଇ ଦଳ କୁ ସୁଦୃଢ଼ କରୁଥିବା ଦେଖି ବିଜେଡ଼ି ନେତା ଙ୍କ ମନରେ ଭୟ ସୃଷ୍ଟି ହେବା ବିଗତ ଦୁଇ ଦଶନ୍ଧି ଧରି ବିଜେଡି ର ଗଡ଼ ଭାବେ ପରିଚିତ ଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଏବେ ମଙ୍ଗ ଧରିବା ପାଇଁ ସେଭଳି ତୁଙ୍ଗ ନେତା ର ଅଭାବ ଦେଖିବାକୁ ମିଳୁଛି ,କାରଣ ଦିବଙ୍ଗତ ନେତା ବିଧାୟକ ସ୍ୱର୍ଗତ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଗତ ନିର୍ବାଚନ ପୂର୍ବରୁ ଅସୁସ୍ଥତା କାରଣରୁ ପରଲୋକ ହୋଇଥିଲା l ନିୟମ ଅନୁଯାୟୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁନଃ ନିର୍ବାଚନ ନ କରି ସ୍ଥଗିତ ରଖି ଏକା ସାଙ୍ଗରେ ନିର୍ବାଚନ ହୋଇଥିଲା । ଚଳିତ ନିର୍ବାଚନରେ ରାଜନୀତିରେ ସକ୍ରିୟ ଭାବେ ମଇଦାନକୁ ଓହ୍ଲାଇଥିଲେ ତାଙ୍କ ପୁତ୍ର ବିପ୍ଳବ ପାତ୍ର । ବିଜେଡ଼ି ଦଳ ବିପ୍ଲାବ ଙ୍କୁ ଟିକଟ ମଧ୍ୟ ପ୍ରଦାନ କରିଥିଲା । କିନ୍ତୁ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ନେତା ଓ କର୍ମୀ ଟିକଟ ବଣ୍ଟନ କୁ ନେଇ ଅସନ୍ତୁଷ୍ଠ ଥିଲେ କିଛି ଆଶାୟୀ ନେତା । ନିର୍ବାଚନ ପୂର୍ବରୁ ସେହି ଅସନ୍ତୁଷ୍ଠ ବିଜେଡି ଛାଡ଼ି ବିଜେପି ର ମଙ୍ଗ ଧରିବାକୁ ବାଧ୍ୟ ହୋଇଥିଲେ । ଆଉ ଦିଗପହଣ୍ଡି ର ବିଜେଡ଼ି ଗଡକୁ ମାଟିରେ ମିଶାଇ ପଦ୍ମ ଫୁଟାଇଛନ୍ତି । ତେବେ କୁକୁଡାଖଣ୍ଡି ବ୍ଲକର ଭାଗ୍ୟ ବଦଳାଇବାରେ ସେଭଳି କିଛି ଆଶା ପରିଲକ୍ଷିତ ହେଉନାହିଁ । କିନ୍ତୁ ଶୁଣିବାକୁ ମିଳୁଛି ବିଜେପି କୁଆଡେ ଏତେ ଶୀଘ୍ର ବ୍ଲକ ଅଧ୍ୟକ୍ଷ ନିର୍ବାଚନ କରିଦେବାକୁ ଚାହୁଁ ନାହାନ୍ତି । ଯେତେ ସମୟ ପର୍ଯ୍ୟନ୍ତ ବିଜେଡ଼ିର ପଞ୍ଜୁରୀରେ ଥିବା ୧୪ ସମିତିସଭ୍ୟ ବିଜେପି ମୁହାଁ ହୋଇନାହାନ୍ତି । ଘଟଣା ହେଉଛି କୁକୁଡ଼ାଖଣ୍ଡି ବ୍ଲକ ରେ ୨୩ ସମିତିସଭ୍ୟ ଥିବା ବେଳେ ୧୪ ସଦସ୍ୟ ବିଜେଡ଼ି ପଞ୍ଜୁରୀରେ ବନ୍ଦୀ ଅଛନ୍ତି । ଏପଟେ ବିଜେପି ଖେଳିଛି ବିଷ୍ଣୁପ୍ରିୟା କାର୍ଡ !!!!, ଏହା ସହିତ ପ୍ରତି ସମିଟିସଭ୍ୟ ଙ୍କ ମୁଣ୍ଡ ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଘୋଡ଼ା ବେପାର ହେଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଏହି ସବୁ ପରିସ୍ଥିତିକୁ ଦେଖିଲେ କୁକୁଡାଖଣ୍ଡି ବ୍ଲକ ରେ ଫୁଲ ଫୁଟୁଛି ନା ପୁଣି ଥରେ ଶଙ୍ଖ ନାଦ ଶୁଭିବ ତାକୁ ନେଇ ସମସ୍ତଙ୍କ ନଜର ରହିଛି ।

Leave a Reply

Your email address will not be published. Required fields are marked *