ବିଜେପି ତରଫରୁ କଂଗ୍ରେସ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କୁ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଯେଉଁ ଅପମାନ ସୂଚକ ମନ୍ତବ୍ୟ ଦେଇଛନ୍ତି ତାକୁ ନେଇ ସାରା ଦେଶରେ ଅସନ୍ତୋଷ ଜଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବିଜେପି ପକ୍ଷରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନଗର ବିଜେପି ପକ୍ଷରୁ ସ୍ଥାନୀୟ ମଣ୍ଡଳ ସଭାପତି ରାଧା ମୋହନ ସ୍ୱାଇଁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋବିନ୍ଦ ପାଢ଼ୀ, ଜୟରାମ ପାତ୍ର, ବଦ୍ରି ପ୍ରଧାନ, କାନ୍ହୁ ସାହୁ, ଟୁକୁନା ଗୌଡ଼, ଗଣେଶ ସାହୁ ପ୍ରମୁଖ ଗଣିଛକ ଠାରେ ଶତାଧିକ କର୍ମୀ ଏକତ୍ରିତ ହୋଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା । କଂଗ୍ରେସ ଆଦିବାସୀ ବିରୋଧୀ ଓ ମହିଳା ବିରୋଧୀ ବୋଲି ନାରା ଦେବା ସହ ସୋନିଆ ଗାନ୍ଧୀ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିବା ପାଇଁ ଦାବି କରିଥିଲା ଦଳ ।
ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ
