କଂଗ୍ରସ ପକ୍ଷରୁ ବ୍ୟାସନଗର ରେ ବି.ଜେ.ପି. ଓ ବି.ଜେ.ଡି. ର ଖୋଲା ବେଦୀରେ ବିବାହ

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋରେଇ କଂଗ୍ରେସ ପକ୍ଷରୁ ଗୋପବନ୍ଧୁ ଛକ ନିକଟରେ କଂଗ୍ରେସ ଦଳ ପକ୍ଷରୁ ବିଜେଡି ଓ ବିଜେପିର ବାହାଘର କରାଇଲା କଂଗ୍ରେସ l ବିଜେଡି ଓ ବିଜେପିର ବାହାଘର ସତ ସତିକା ବାହାଘର ପରି ସମସ୍ତ ଆୟୋଜନ ଶୋଭାଯାତ୍ରାରେ ବରଯାତ୍ରୀ ନାଚ କୁଦରେ ମାତିଥିବା ଦେଖିବାକୁ ମିଳିଥିଲା l କଂଗ୍ରେସ ପକ୍ଷରୁ ଗୋପବନ୍ଧୁ ଛକ ନିକଟରେ ବାହାଘର ବେଦୀ ପ୍ରସ୍ତୁତ ହୋଇଥିଲା l ବରକୁ ନରେନ୍ଦ୍ର ମୋଦିଙ୍କ ମୁକୁଟ ଓ କନ୍ୟାକୁ ନବୀନ ପଟ୍ଟନାୟକଙ୍କ ମୁକୁଟ ପିନ୍ଧାଇ ହିନ୍ଦୁ ରୀତିନୀତି ଅନୁଯାୟୀ ବାହାଘର l କୋରେଇ ବ୍ଲକର ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତିଙ୍କ ନେତୃତ୍ୱରେ ଅଭିନବ ଉପାୟରେ ଏହି ବାହାଘରର ଆୟୋଜନ କରାଯାଇଥିଲା l ଏହି ପରିପକ୍ଷରେ କଂଗ୍ରେସ ନେତା ମାନେ ବସଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ବରଯାତ୍ରୀଙ୍କ ପରି ଗୀତ ଗାଈ ଓ ନାଚି ଗୋପବନ୍ଧୁ ଛକରେ ପହଞ୍ଚିଥିଲେ l ସେଠାରେ ପ୍ରସ୍ତୁତି ହୋଇଥିବା ବେଦିରେ ବିଜେଡ଼ି ଓ ବିଜେପି ବାହାଘର ଅନୁଷ୍ଠିତ ହୋଇଥିଲା l ବ୍ରାହ୍ମଣ ଉପସ୍ଥିତିରେ ବର ଓ କନ୍ୟା ବେଦିରେ ବସି ବାହା ହୋଇଥିଲେ l ଶେଷରେ ବରପିତା ବିଦ୍ୟାଧର ମହାନ୍ତି ଓ କନ୍ୟା ପିତା ପଦ୍ମନାଭ ସ୍ୱାଇଁ ଙ୍କ ମଧ୍ୟରେ ସମୁଦୀ ମିଳନ ମଧ୍ୟ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ମହିଳା, ଯୁବ ଓ ବରିଷ୍ଠ କଂଗ୍ରେସ ନେତା ମାନେ ଯୋଗଦେଇଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ reporter

Leave a Reply

Your email address will not be published. Required fields are marked *