ପ୍ରଧାନମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ବିଜେପି ନେତା ଉତ୍ସlହିତ

— ଆଜି ଯାଜପୁର ଗ୍ରସ୍ତ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ପ୍ରଥମେ ଚଣ୍ଡିଖୋଲ ସ୍ଥିତ ବେଣାପୁର ହେଲିପ୍ୟାଡ଼ ନିକଟରେ 2:45 ମିନିଟ ସମୟରେ ପହଂଚି ସଭା ସ୍ଥଳକୁ ଆସିଥିଲେ । ପ୍ରଥମେ ପ୍ରଧାନମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । 20 ହଜାର କୋଟି ଟଙ୍କାର 15ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିଥିଲେ l ଏହାପରେ ଉଦଘାଟନ ସ୍ଥଳୀରୁ ମାତ୍ର 2ଶହ ମିଟର ଦୂରରେ ଆୟୋଜିତ ହେଇଥିବା ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା । vo-01– ଆଜି ଯାଜପୁରରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମଥର ପାଇଁ ଯାଜପୁର ମାଟିରେ ପାଦଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ଜିଲ୍ଲାବାସୀ ବେଶ ଉତ୍ସାହିତ ଥିଲେ। ମୋଦିଙ୍କୁ ଦେଖିବା ଏବଂ ଶୁଣିବା ଲାଗି ସମାବେଶ ସ୍ଥଳରେ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥିଲା ।

ଆଜି ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀ ବେଣାପୁର ଠାରେ ମୋଦୀଜୀ ପୃଥକ ପୃଥକ ଭାବେ ସରକାରୀ ଏବଂ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ବିକଶିତ ଭାରତ ଉପରେ ଅଭିଭାଷଣ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ଉଭୟ ପ୍ରଶାସନିକ ଅଧିକାରୀ ଓ ଦଳୀୟ ନେତା ମାନେ ସରସସୁନ୍ଦର କରିବାରେ ଲାଗି ପଡ଼ିଥିଲେ l ଆଜି ପ୍ରଥମେ ପ୍ରଧାନମନ୍ତ୍ରୀ ବେଣାପୁର ଠାରେ ନିର୍ମାଣ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟରରୁ ଓହ୍ଲାଇ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନିକଟସ୍ଥ ବେଣାପୁର ପଡିଆରେ ଆୟୋଜିତ ହେଉଥିବା ବିଶାଳ ସମାବେଶରେ ଦୀର୍ଘ ପ୍ରାୟ 45ମିନିଟ ଧରି ଉଦବୋଧନ ଦେଇଥିଲେ l ଲୋକଙ୍କ ଉତ୍ସାହ ଦେଖି ସେ ନିଜେ ମଧ୍ୟ ଉତ୍ସାହିତ ହୋଇ ଉଠିଥିଲେ।ପ୍ରଧାନମନ୍ତ୍ରୀଙ୍କ ଏହି ଗ୍ରସ୍ତକୁ ନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଥିଲା । ସେପଟେ ଆଜି ମୋଦୀଙ୍କ ଏହି ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତା ବେଶ୍ ଉତ୍ସାହିତ ହୋଇପଡିଛନ୍ତଆଜି ପ୍ରଧାନମନ୍ତ୍ରୀ ଚେନ୍ନାଇରୁ ହାଇଦ୍ରାବାଦ ଏବଂ ହାଇଦ୍ରାବାଦରୁ ସିଧା ଭୁବେଶ୍ବର ବୀମାନ ବନ୍ଦରରେ ପହଂଚିବା ପରେ ଦିନ 3:15 ମିନିଟ ସମୟରେ ଚଣ୍ଡିଖୋଲ ସ୍ଥିତ ବେଣାପୁର ସ୍ଥିତ ହେଲିପ୍ୟାଡ଼ ପଡିଆରେସ୍ୱତନ୍ତ୍ର ବିମାନରେ ପହଂଚିଥିଲେ । ଏହାପରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ 20 ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ ଓ ଉଦଘାଟନ କରିଥିଲେ । ଏହାପରେ ସେ ଠିକ ଅପରାହ୍ନ ୩ଟା 40 ମିନିଟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ସଭାରେ ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ବିଜେପି ବିଧାୟକ, ସାଂସଦ ଏବଂ ନେତାମାନେ ଏହି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । -ପ୍ରବଳ ଜନସମାଗମ ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ପୋଲିସ ବାହିନୀ ଦ୍ଵାରା ଟ୍ରାଫିକ ଓ ପାର୍କିଂ ଆଦି ନିୟନ୍ତ୍ରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *