ଭାଜପା ପକ୍ଷ ରୁ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସ୍ଵସ୍ତିକ କଲ୍ୟାଣ ମଣ୍ଡପ ଠାରେ ବିଜେପି ର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ଉପସ୍ଥିତ ରହିଥିବା ବେଳେ ଅତିଥି ଭାବେ ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରକାଶ ମଙ୍ଗରାଜ,ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ,ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା,ମାନଗୋବିନ୍ଦ ପ୍ରଧାନ,ଦେବେନ୍ଦ୍ର କୁଦେଇ,ବିଧାୟିକା ପ୍ରାର୍ଥୀ କଳ୍ପନା କହଁର,ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ ମଞ୍ଚାଷୀନ ରହିଥିଲେ।ମୁଖ୍ୟ ଅତିଥି ଓ ଅତିଥି ଙ୍କ ଦ୍ଵାରା ପ୍ରଦୀପ ପ୍ରଯୋଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ବିଭିନ୍ନ ବ୍ଲକ ରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରତ୍ୟେକ ବୁଥ୍ ସ୍ତର କୁ ସୁଦୃଢ କରିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ ଶୈଳୀ ଗୁଡିକ ଘରେ ଘରେ ପହଞ୍ଚେଇବା ସକାଶେ ଉଦ୍ୟମ ଜାରି ରଖିବା କୁ ଅତିଥି ଓ ମୁଖ୍ୟ ଅତିଥି ଅଭିଭାଷଣ ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କରଡ଼ା ପଞ୍ଚାୟତ ସରପଞ୍ଚ ସାନୁଜ ପ୍ରଧାନ, ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ, ଗୁମାମାହା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରମିଳା ପ୍ରଧାନ ଆନୁଷ୍ଠାନିକ ଭାବେ ବିଜେପି ରେ ସାମିଲ ହୋଇଥିଲେ। ଜିଲ୍ଲା ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ସମସ୍ତ ସରପଞ୍ଚ,ସମିତି ସଭ୍ୟ/ସଭ୍ୟାଙ୍କ ସହିତ ସମସ୍ତ ମଣ୍ଡଳ ସଭାପତି,ପୂର୍ବତନ ମଣ୍ଡଳ ସଭାପତି,ସାଧାରଣ ସମ୍ପାଦକ ଓ ସାଂସଦ ପ୍ରତିନିଧି,ବିଧାୟକ ପ୍ରତିନିଧି ଙ୍କ ସହିତ ସମସ୍ତ ସଂଗଠନ ର ସଭାପତି ଓ ଦେବ ଦୁର୍ଲ୍ଲଭ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।।ଆଜିର କାର୍ଯ୍ୟକ୍ରମ ରେ ସମ୍ପାଦକ ଦେବେନ୍ଦ୍ର କୁଦେଇ ଅତିଥି ପରିଚୟ ପ୍ରଦାନ କରିଥିବା ସମୟ ରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *