ଖଣ୍ଡା ବୁଲାଇଲେ ବିଜେପି ବିଧାୟକ ଓ ସହଯୋଗୀ, ଥାନାରେ ଅଭିଯୋଗ କଲେ ବିଜୁ ଜନତା ଦଳ କର୍ମୀ

ପବିତ୍ର ରାମ ନବମୀ ଅବସରରେ ପୁରୀ ଜିଲ୍ଲା କାକଟପୁର ମୁଖ୍ୟ ରାସ୍ତାରେ ବିଜେପି ବିଧାୟକ ପ୍ରାଥୀ ବାଇଧର ମଲ୍ଲିକ ଖଣ୍ଡା ବୁଲାଇଲେ। ନିର୍ବାଚନୀ ବାତାବରଣ ଉଷ୍ମ ହେବାରେ ଲାଗିଥିବା ବେଳେ ବିଜେପି ରୁ କାକଟପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାଥୀ ଭାବେ ଲଢ଼ୁଥିବା ବାଇଧର ମଲ୍ଲିକ ଖଣ୍ଡା ବୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାମ ନବମୀରେ କାକଟପୁର ରେ ଶୋଭାଯାତ୍ରା ଚାଲିଥିବା ବେଳେ ଖଣ୍ଡା ବୁଲାଇ ଥିଲେ।ଏ ନେଇ ରଞ୍ଜନ କୁମାର ନାୟକ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି କାକଟପୁର ଏକ ଶାନ୍ତିପୂର୍ଣ୍ଣ ତଥା ଧାର୍ମିକ ପୀଠ ଅଟେ।

ଏହା ସହ କାକଟପୁର ରେ ମା ମଙ୍ଗଳା ଙ୍କ ପିଠ। ଅଭିଯୋଗ ରେ ଦର୍ଶାଇଛନ୍ତି ରାମନବମୀ ଅବସରରେ ବିଜେପି ବିଧାୟକ ପ୍ରାଥୀ ବାଇଧର ମଲ୍ଲିକ ଦିବା ଆଲୋକରେ ମାରଣାସ୍ତ୍ର ଧରି ଖଣ୍ଡା ବୁଲାଇବା ସହିତ ତିନି ଗୋଟି ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଡିଜେ ଓ ବାଣ ଫୁଟାଇ ଧାର୍ମିକ ପୀଠ ଅଶାନ୍ତ ପରିବେଶ ସୃଷ୍ଟି ହେବା ସାଧାରଣ ଭୟଭୀତ। ଯାହାକୁ ନେଇ ଶତାଧିକ ବିଜୁ ଜନତା ଦଳକର୍ମୀ ମାନେ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *