ଜଗତସିଂହପୁର ଠାରେ ବିଜେପି ପକ୍ଷରୁ ବନ୍ଦେ ମା ତରମ କାର୍ଯ୍ୟକ୍ରମ ଅନୁଷ୍ଠିତ
Date-24/11/ବନ୍ଦେ ମାତରମ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆଜି ଜଗତସିଂହପୁର ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କ ସମେତ ଭାରତୀୟ ଜନତା ପାର୍ଟିର ପ୍ରାୟ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ । ୧୫୦ ବର୍ଷ ପୂର୍ବେ ରଚନା କରାଯାଇଥିବା ବନ୍ଦେ ମାତରମ ସଙ୍ଗୀତ ଦେଶବାସୀଙ୍କୁ ଦେଶ ପ୍ରେମରେ ଉଦବୃଦ୍ଧ କରି ସ୍ୱାଧୀନତା ସଂଗ୍ରାମରେ ସାମିଲ କରିଥିଲା । ବନ୍ଦେ ମାତରମ ସାରା ଭାରତ ବର୍ଷର ଅଖଣ୍ଡତା ରଖିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଶାଳୀ ରାଷ୍ଟ୍ର ଗଠନରେ ମୋଦି ଜୀଙ୍କ ଲକ୍ଷ୍ୟ ପୂରଣ କରିବ ବୋଲି କହିଛନ୍ତି ବିଧାୟକ ।
