ନିର୍ବାଚନ ଫଳାଫଳରେ ଜଟଣୀ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଖୁସିରେ ବିଜୟ ଉତ୍ସବ ପାଳନ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି ତିନି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳରେ ଭାରତୀୟ ଜନତା ପାର୍ଟି ପ୍ରଚଣ୍ଡ ବହୁମତ ପାଇଥିବାରୁ ଜଟଣୀ ସୀତାରାମ ଛକ ଠାରେ ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ପକ୍ଷରୁ ବାଣ ଫୁଟାଇ, ମିଷ୍ଠାନ୍ନ ବଣ୍ଟନ କରି ଖୁସିରେ ବିଜୟ ଉତ୍ସବ ପାଳନ କରିଥିଲେ । ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି ମୋଦିଙ୍କ ଗ୍ୟାରେଣ୍ଟିକୁ ଭରସା କରି ତିନି ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶର ଜନସାଧାରଣ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ଦେଇଛନ୍ତି । “ସବକା ସାଥ୍ ସବକା ବିକାଶ ସବକା ବିଶ୍ୱାସର” ମନ୍ତ୍ର ନେଇ ଦେଶ ପାଇଁ ସ୍ୱଛାକୃତ ଭାବେ ସେବା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିକୁ ଆଗାମୀ ସାଧାରଣ ନିର୍ବାଚନରେ ଦେଶର ଜନସାଧାରଣ ବିପୁଳ ବିଜୟ ଦେବାକୁ ସ୍ଥିର କରିସାରିଛନ୍ତି । ଆଜିର ଏହି ବିଜୟ ଉତ୍ସବ ପାଳନ ଅବସରରେ ବିଜେପି ସଭାପତି ତିରୁପତି ଶତପଥୀ , ରାଜ୍ୟ ସଂଯୋଜକ ମହେଶ ମିଶ୍ର, ବରିଷ୍ଠ ନେତା ପ୍ରଶାନ୍ତ ପ୍ରଧାନ,ଜିଲ୍ଲା ମିଡିଆ ସଂଜଯୋକ ପ୍ରଦୀପ ଜେନା ଯୁବମୋର୍ଚ୍ଚା ସଭାପତି ନାଗ ଭୂଷଣ ରାୟ,ନାରାୟଣ ମହାନ୍ତି, କବି ପାଇକରାୟ,ଚିତ୍ତରଞ୍ଜନ ସୁନ୍ଦରାୟ,ରଞ୍ଜିତ ମଙ୍ଗରାଜ, ସିଦ୍ଧାର୍ଥ ପାତ୍ର, ପ୍ରଶାନ୍ତ ବରାଳ, ସୁଶାନ୍ତ ମହାପାତ୍ର, କାଳୁ ପାଇକରାୟ, ଶ୍ରୀନିବାସ ପୃଷ୍ଟି, ଧନୁ ବଳିଆରସିଂହ ଉପସ୍ଥିତି ରହିଥିଲେ।

Leave a Reply

Your email address will not be published. Required fields are marked *