ଭଦ୍ରକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବର୍ଷାରେ ଭିଜି ଭିଜି ସମର୍ଥକ ଓ ଶୁଭେଚ୍ଛୁଙ୍କୁ ଭେଟିଲେ

Date:- 22/08/2025Place:- Bhadrak ଭଦ୍ରକ ୨୨।୮: ଭଦ୍ରକ ଜିଲ୍ଲାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡ଼ିଶା ପ୍ରଦେଶର ବିଜେପିର ରାଜ୍ୟ ସଭାପତି ଭାବେ ମନୋନୀତ ହେବା ପରେ ଭଦ୍ରକ ଜିଲ୍ଲାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସର୍କିଟ ହାଉସ୍ ଠାରୁ ସଭାପତିଙ୍କୁ ସମର୍ଥକ ମାନେ ବିରାଟ ପଟୁଆରରେ ସହର ପରିକ୍ରମା କରାଇଥିଲେ । ପ୍ରବଳ ବର୍ଷା ସତ୍ତ୍ବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ରାଜ୍ୟ ସଭାପତି ଭିଜି ଭିଜି ପ୍ରତ୍ୟେକ ଛକରେ ସମର୍ଥକ ଓ ଶୁଭେଚ୍ଛୁ ମାନଙ୍କୁ ଭେଟିଛନ୍ତି । ରାଜ୍ୟ ସଭାପତି କହିଛନ୍ତି ଯେ, ରାଜ୍ୟ ସରକାର ଗଠନ ଦିଗରେ ଭଦ୍ରକବାସୀଙ୍କର ମଧ୍ୟ ଅବଦାନ ରହିଛି । କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ମଧ୍ୟ ଓଡ଼ିଶାରେ ଲାଗୁ ହୋଇଛି । ଖୁବ୍ ଶୀଘ୍ର ଓଡ଼ିଶା ଭାରତବର୍ଷର ଅଗ୍ରଗଣ୍ୟ ରାଜ୍ୟ ହେବ ।

Leave a Reply

Your email address will not be published. Required fields are marked *