ବିଜେପି ରାଜ୍ୟ ସଭାପତିଙ୍କ କନ୍ଧମାଳ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ
ବିଜେପି ରାଜ୍ୟ ସଭାପତିଙ୍କ କନ୍ଧମାଳ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ ଫୁଲବାଣୀ : ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝିଙ୍କ ସଭାପତିତ୍ୱ ରେ ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲଙ୍କ କନ୍ଧମାଳ ଗସ୍ତ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଭାଜପା କନ୍ଧମାଳ ଶ୍ରୀ ପଣ୍ଡିତ ବିଶିମାଝି,ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ,କେନ୍ଦ୍ର ପରିଷଦ ସଦସ୍ୟ ସଞ୍ଜିତ କୁମାର ମଣ୍ଡଲ,ଶ୍ରୀ ଗୁରୁରାମ ପାତ୍ର, ଅଜିତ ପଟ୍ଟନାୟକ ଓ ରମେଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l ଏହି ସମ୍ମିଳନୀ ରେଭାଜପା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସନ୍ତା ୧୩ ତାରିଖ ସନ୍ଧ୍ୟାରେ ବାଲିଗୁଡ଼ାରେ ପହଞ୍ଚି ରାତ୍ରି ରହଣି କରିବା ପରେ ୧୪ ତାରିଖରେ ସକାଳୁ ଜଲେଶପଟ୍ଟା ଠାରେ ଯାଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମାଧି ପୀଠ ଦର୍ଶନ କରି ବାଲିଗୁଡାରେ ଏକ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ, ଦିନ ଗୋଟାଏ ସମୟରେ ଫୁଲବାଣୀରେ ପହଞ୍ଚି ଏକ ବାଇକ ରାଲିରେ ଯୋଗ ଦେବେ। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ରେ ପହଞ୍ଚି ଏକ ଶୋଭାଯାତ୍ରା ରେ ସାମିଲ ହେବା ସହ ୧୪ ତାରିଖ ରେ ଡିଭିଜନର ବିଭିଷିକା କାର୍ଯ୍ୟକ୍ରମ, ପୂଜ୍ୟ ପୂଜା କାର୍ଯ୍ୟକ୍ରମ,ଏବଂ ପରେ ଚକାପାଦ ଠାରେ ସ୍ବାମୀଜୀଙ୍କ ସମାଧି ପୀଠ ଦର୍ଶନ କରି ଭୁବନେଶ୍ଵର ଫେରିବା କାର୍ଯ୍ୟକ୍ରମ ରହିଛି। ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ସନ୍ଧ୍ୟାରେ ପତାକା ଅବତରିତ ହେବ ବୋଲି କୁହାଯାଇଛି ।
