ଧର୍ମଶାଳାରେ ଆୟୋଜିତ ବିଜେପି ର ବିଶାଳ ମିଶ୍ରଣ ପର୍ବ
ଧର୍ମଶାଳା, ଯାଜପୁର ଜିଲ୍ଲା ଧର୍ମଶାଳାବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ ଧର୍ମଶାଳା ର ଯୁବ ସଂଗଠକ ରାଜେଶ ପାଳ ଙ୍କ ଉପସ୍ଥିତିରେ କୁମାରିସ୍ଥିତ ବିଜେପି କାର୍ଯ୍ୟାଳୟ ସଭାଗୃହରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଧର୍ମଶାଳା ର ସେବକ ବିଧାୟକ ଲିକୁ ସାହୁ ଙ୍କ ଉପରେ ଆସ୍ଥା ପ୍ରକଟ ରଖିଶତାଧିକ ଅନ୍ୟ ଦଳର କର୍ମୀ ଦଳରେ ସାମିଲ ହେଲେ lବିଜେପି ନେତା ଜିତେନ୍ଦ୍ର ରାଉତ ରାଜେଶ ପାଳ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।ଧର୍ମଶାଳା ନିର୍ବାଚନମଣ୍ଡଳୀର ଥାନୁଆଳ ପଞ୍ଚାୟତରୁ ଆସିଥିବା କର୍ମୀମାନେ ଦଳର ବିକାଶମୂଳକ ନୀତି ଓ ନେତୃତ୍ୱରେ ପ୍ରେରିତ ହୋଇ ବିଜେପିରେ ଯୋଗଦେଇଥିବା କଥା କହିଥିଲେ।ଆଜିର ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକମାନଙ୍କ ଉପସ୍ଥିତି ଦେଖାଯାଇଥିଲା।
