ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ରେ ବିଜେପିର ମହା ମିଶ୍ରଣ ପର୍ବ
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ରେ ବିଜେପିର ମହା ମିଶ୍ରଣ ପର୍ବ ଧର୍ମଶାଳା = ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକରଓଡି ଶୋ ଅଣ୍ଡେଇଗୋଡା ଖେଳ ପଡିଆ ଠାରେ ୯ଟି ପଞ୍ଚାୟତରୁ ଅନ୍ୟ ଦଳର ବହୁ ସକ୍ରିୟ ସଦସ୍ୟମାନେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଉତ୍କୃଷ୍ଟ ନୀତି ଓ ଆଦର୍ଶରେ ପ୍ରେରିତ ହୋଇ, ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଦୃଢ଼ ନେତୃତ୍ୱଏବଂ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ଜନ ସେବାରେ ଆସ୍ଥା ପ୍ରକାଶ କରି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ।ଏହି ଅବସରରେ ସମସ୍ତ ନୂତନ ସଦସ୍ୟମାନଙ୍କୁଅତିଥି ମାନେ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ବାଗତ ଜଣାଇଲେ ଓ ଦଳକୁ ସଶକ୍ତ କରିବାରେ ସେମାନଙ୍କ ସକ୍ରିୟ ଭୂମିକା ନିଭାଇବେ ବୋଲି ଆଶା ବ୍ୟକ୍ତ କରିଲି।ଏହି କାର୍ୟକ୍ରମରେ ଯାଜପୁର ଜିଲ୍ଲା ବିଜେପି ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନଙ୍କ ସହ ପୂର୍ବତନ ସାଂସଦ,ରୀତା ତରାଇ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ରସୁଲପୁର ବ୍ଲକ ଅଧକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ଉପସ୍ଥିତ ଥିଲେ
