ବିଜେପିର ମିଶ୍ରଣ ପର୍ବ
Date-10/01/26 ଜଗତସିଂହପୁର ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ନାଉଗାଁ ସ୍ଥିତ ଶାଳଜଙ୍ଗା ଠାରେ ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ସମେତ ନାଉଗାଁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ବିଜେଡିର ଯୁବ ନେତା ଦୀପକ ବିଶ୍ୱାଳ ଆଜି ବିଧିଵଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ସାଂସଦ ବିଭୁପ୍ରସାଦ ତରାଇ, ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ମହାପାତ୍ର, ସଞ୍ଜୟ ମହାନ୍ତି, ଗଣେଶ ପ୍ରସାଦ ମହାନ୍ତି ପ୍ରମୁଖ ଯୋଗ ଦେଇ ଦୀପକ ବିଶ୍ୱାଳଙ୍କ ସମେତ ନାଉଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଶତାଧିକ ଲୋକଙ୍କୁ ବିଜେପିରେ ସାମିଲ କରାଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନ କଲ୍ୟାଣକାରୀ ଯୋଜନାରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଥିବା କହିଛନ୍ତି ଦୀପକ ବିଶ୍ୱାଳ l
