ସୋରଡ଼ା ବିଜେପି ର ମିଶ୍ରଣ ପର୍ବ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ଜଳ ଭଣ୍ଡାର ନିକଟ ପିକନିକ ସ୍ପଟରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ । ତେଣୁ ହଜାର ହାଜର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଛି । ପ୍ରଥମ ଥର କରି ଆଜି ସୋରଡ଼ା ରେ ବିଜେପିର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ଯେଉଁ ଥିରେ ଜିଲ୍ଲା ୬୪ ଓ ୬୩ ଜୋନର ପରିଷଦ ଦୁଇ ଜଣ, ୧୧ ଗୋଟି ସରପଞ୍ଚ, ୯ ଗୋଟି ସମିତି ସଭ୍ୟ ଓ ୬ ଜଣ ନାଏବ ସରପଞ୍ଚ ବ୍ଲକ ଉପାଧ୍ୟକ୍ଷ ଅମୂଲ୍ୟ ସାହୁଙ୍କ ସହ ଏକ ହଜାର ରୁ ଉର୍ଦ୍ଧ ବିଜେଡି ଓ କଂଗ୍ରେସ କର୍ମୀ ଆଜି ବିଜେପି ରେ ଯୋଗ ଦେଇଛନ୍ତି ।୬୪ ନଂ ଜିଲ୍ଲା ପରିଷଦ ରାମ ଶବର କହିଛନ୍ତି ଆମ ଏହି ଅଞ୍ଚଳ ଆଦିବାସୀ ଅନୁନ୍ନତ ଅଞ୍ଚଳ ଏବଂ ଆମ ରାଜ୍ୟର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ମଧ୍ୟ ଆଦିବାସୀ ଶ୍ରେଣୀର ଏବଂ ନୂତନ ଚିନ୍ତା ଧାରା ସହିତ ମୋ ଅଞ୍ଚଳର ବେଶ ସହାୟକ ହେବ ବୋଲି କହିଛନ୍ତି। ସେହିପରି ୬୩ ନଂ ଜିଲ୍ଲା ପରିଷଦ ସମରେନ୍ଦ୍ର ସାହୁ କହିଛନ୍ତି ଦିର୍ଘ ୧୪ ବର୍ଷ ପରେ ମୋର ଘର ବାହୁଡା ଭଳି ମନେ କରି ମୋ ଅଞ୍ଚଳରେ ଦାରିଙ୍ଗବାଡି ଘାଟିର ଅଧୁରା କାର୍ଯ୍ୟ କେନ୍ଦ୍ର ସରକାର ସମ୍ପର୍ଣ୍ଣ ସହିତ ଯଶଶ୍ଵି ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟରେ ତଥା ବିଜେପି ର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆଜି ବିଜେଡି ଦଳ ଛାଡି ବିଜେପି ରେ ଯୋଗ ଦେଇଛନ୍ତି । ବିଜେପିରେ ଆଜି ୧୫ଗୋଟି ପଞ୍ଚାୟତର ଏକ ହଜାର ରୁ ଲୋକ ଉର୍ଦ୍ଧ ଲୋକ ଯୋଗ ଦେବା ଦେଖିବାକୁ ମିଳିଛି ।ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଧାୟକ ନୀଳମଣି ବିଷୋୟୀଙ୍କ ସହିତ ସାଂସଦ ପ୍ରତିନିଧି ବସନ୍ତ କୁମାର ବିଷୋୟୀ, ସୀମାଞ୍ଚଳ ଅଧିକାରୀ କାଉନସିଲର ରଜନୀକାନ୍ତ ମହାପାତ୍ର,ବାଇଧର ସ୍ୱାଇଁ ଭଳି ବହୁ ଛାମୁଆ ନେତା ତଥା ପୂର୍ବତନ ମଣ୍ଡଳ ସଭାପତି ବୁଲୁ ସ୍ୱାଇଁ,ରାଧାମୋହନ ସ୍ୱାଇଁ ଓ ବର୍ତ୍ତମାନର ଭି ଜଗଦୀଶ ରାଜୁ, ଟୁକୁନା ଗୌଡ଼, ସତ୍ୟ ନାରାୟଣ ଗୌଡ଼ ଆଦି ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *