ବିଜେପିର ସଂଗଠନ ମନ୍ତ୍ରୀ ଙ୍କ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ ଜିଲ୍ଲାର ବନ୍ୟା ଦୁଃଖ ଓ ଦୁର୍ଘଟଣା ରୁ ବଞ୍ଚିବାକୁ ହେଲେ ମାତ୍ର ୨ ହଜାର କୋଟି ଟଙ୍କାର ଆବଶ୍ୟକତା ପଡୁଛି ଏହି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରିଲେ, ଧାମନଗର, ଭଣ୍ଡାରୀପୋଖରୀ ତିହିଡି, ଓ ଚାନ୍ଦବାଲି, ଅଞ୍ଚଳ ର ଲୋକ ଙ୍କ ବନ୍ୟା ଦୁର୍ଦଶା ଦୂର ହେବ ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ କରିବା ଉଚିତ ବୋଲି ବିଜେପି ର ପୂର୍ବ ତନ ସଂଗଠନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପଞ୍ଚାନନ ରାଉତ ଆଜି ପ୍ରକାଶ କରିଛନ୍ତି ଶ୍ରୀ ରାଉତ ଆଜି ସ୍ଥାନୀୟ ଏକ ହୋଟେଲ ରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଣ୍ଟି ଘାଇ ଏସକେପ ସମେତ ଧାମନଗର ରେ ରହିଥିବା ବିଭିନ୍ନ ଘାଇ ଗୁଡିକର ମରାମତି ନିମନ୍ତେ ବୈତରଣୀ ନଦୀ ର ଏକ ମଜବୁତ ବନ୍ଧ ନିର୍ମାଣ ହେବା ଉଚିତ, ଏବଂ ଏହି ବନ୍ଧ ନିର୍ମାଣ ସହ ଆଖୁଆପଦା ଆନିକଟ ରେ ବ୍ୟାରେଜ ସ୍ଥାପନ ହୋଇ ପ୍ରତି ଚାଷ ଜମି ଅଞ୍ଚଳ କୁ ଛୋଟ ଛୋଟ କେନାଲ କରାଯାଇ ପାରିଲେ ଚାଷି ଙ୍କ ସମସ୍ୟା ଦୂର ହେବ ଆଉ କେହି ଦାଦନ ଖଟି ବାକୁ ଯିବେ ନାହିଁ ରାଜ୍ୟ ସରକାର ଏ ବାବଦ ରେ ଆଦୋ ଚିନ୍ତିତ ନାହାନ୍ତି ବାରମ୍ବାର ଦାବି ସତ୍ତେ ରାଜ୍ୟ ସରକାର ରାଜ୍ୟ ସରକାର ଲୋକମାନଙ୍କ ସମସ୍ୟା କୁ ଭୁଲି ଯାଉଛନ୍ତି, ସେହିପରି ଭଦ୍ରକ ଜିଲ୍ଲାରେ ଏକ ପାରା ମିଲିଟାରୀ ୟୁନିଟ ସ୍ଥାପନ ର ଆବଶ୍ୟକ ରହିଛି ,ଏ ନେଇ ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି ଲିଖିତ ଆକାର ରେ ପତ୍ର ଦେଇଛନ୍ତି, ଭଦ୍ରକ ରେ ମେଡିକାଲ କଲେଜ ସ୍ଥାପନ ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି, ତୁରନ୍ତ ସମସ୍ତ ସମସ୍ୟା ର ସମାଧାନ ନ ହେଲେ ଆଗାମି ଦିନ ରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ, ସାମ୍ବାଦିକ ସମ୍ମିଳନୀରେ ବିଜେପି ପୂର୍ବ ତନ ସଭାପତି ଅକ୍ଷୟ ସାହୁ, ଭଦ୍ରକ ନଗର ସଭାପତି ବିକାଶ ପାଢୀ ,ବାମଦେବ ଦାସ ଉପସ୍ଥିତ ଥିଲେ
