ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୩୦ ରେ ୬ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ:- ବହୁ ଚର୍ଚ୍ଚିତ ମମିତା ମେହେରଙ୍କୁ ଅପହରଣ ପରେ ଅମାନୁଷିକ ଭାବେ ହତ୍ୟା କରାଯିବା ପରେ ରାଜ୍ୟରେ ଦେଖା ଦେଇଛି ଅଶାନ୍ତି। ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ମଧ୍ୟ କରାଯାଉଛି । ନିରୀହ ମମିତା ମେହେରଙ୍କୁ ଯେଉଁପରି ଭାବେ ହତ୍ୟା କରାଗଲା ଓ ରାଜ୍ୟ ସରକାରଙ୍କ କେବିନେଟ ମନ୍ତି ମଣ୍ଡଳର ଜଣେ ଟାଣୁଆ ନେତା ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃତ୍କ୍ତି ନେଇ ତାଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ସହ ଗିରଫ କରିବା ପାଇଁ ଦାବି କରିବା ନେଇ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆସନ୍ତା ତା ୩୦.୧୦.୨୧ ରିଖ ଦିନ ଭଦ୍ରକକୁ ୬ଘଣ୍ଟିଆ ବନ୍ଦ ପାଳନ କରାଯିଵା ନେଇ ଆଜି ବିଜେପି କାର୍ଯ୍ୟାଳରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ ।ଏହି ସମ୍ମିଳନୀରେ ସଂସଦୀୟ ନେତା ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାନସଭା ସ୍ଥରୀୟ ନେତା ଶ୍ରୀ ପ୍ରଦୀପ ନାୟକ, ପୂର୍ବତନ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳଙ୍କ ସମେତ ଅନେକ ନେତୃ ମଣ୍ଡଳୀ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ :-ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *