ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l
ଯାଜପୁର ଜିଲ୍ଲା ବ୍ୟାସନଗର କାଳୀ ମେଳଣ ପଡ଼ିଆରେ ବିଜେଡିର ୨୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଜିଲ୍ଲା ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଯୋଗଦେଇ କର୍ମୀ ମାନଙ୍କୁ ଏକଜୁଟ ହେବାକୁ ଆହ୍ବାନ ଦେଇଥିଲେ l ବିରୋଧୀ ଆସନରେ ରହି ବରଂ ନବୀନଙ୍କ ଲୋକପ୍ରିୟତା ବଢ଼ିଛି l ନବୀନ ସରକାର ସମୟରେ ହୋଇଥିବା ରାଜ୍ୟର ପ୍ରଗତି ଅଟକି ରହିଛି l ବିଜେପି ବିରୋଧରେ ଏକାଠି ହୋଇ କର୍ମୀ ମାନଙ୍କୁ ଯୁଦ୍ଧ କରିବାକୁ ହେବ ବୋଲି କହିଥିଲେ ବବି l କିଛି ଦଲାଲ ଦଳକୁ ଆସିବେ ଯିବେ l ଏଥିରେ ବିବ୍ରତ ହେବାର କୌଣସି କାରଣ ନାହିଁ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବ୍ୟାସନଗର ଉପନଗରପାଳ ସୁବାସ ବଳ, ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତିଙ୍କ ସମେତ ପୌର ପରିଷଦର କାଉନସିଲର ସଭ୍ୟ ସଭ୍ୟା, କୋରେଇ ବ୍ଲକର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧିଙ୍କ ସମେତ ବହୁ ସଂଖ୍ୟାରେ କର୍ମୀ ସାମିଲ ହୋଇଥିଲେ l କୋରେଇ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସରେ ବବିଙ୍କୁ ମଞ୍ଚରେ ପାଇଁ କର୍ମୀମାନେ ବେଶ୍ ଉତ୍ସାହିତ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ
