ବିଭିନ୍ନ ସ୍କୁଲ ରେ ବ୍ଲାକ ବୋର୍ଡ ପେଣ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର : ମାନବ ସେବା ସମିତି ଯାଜପୁର ପକ୍ଷରୁ କୋରେଇ ଓ ଦାନଗଦି ବ୍ଲକ ତଥା ବ୍ୟାସନଗର ର ବିଭିନ୍ନ ସ୍କୁଲ ରେ ବ୍ଲାକ ବୋର୍ଡ ଉନ୍ନତି କରଣ ଓ ପେଣ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ରେ କୁସୁନପୁର ପ୍ରାଥମିକ ବିଦ୍ୟାଳୟ ରେ ତିନୋଟି, ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଚାରୋଟି, ପାଇକିରାପୁର ପ୍ରାଥମିକ ବିଦ୍ୟାଳୟ ରେ ଦୁଇଟି, ଧବଳଗିରି ପ୍ରାଥମିକ ବିଦ୍ୟାଳୟ ରେ ଦୁଇଟି, ସାପଗଡ଼ିଆ ପ୍ରାଥମିକ ବିଦ୍ୟାଳୟ ରେ ସାତୋଟି, ରମ୍ପାସ ପ୍ରାଥମିକ ବିଦ୍ୟାଳୟ ରେ ପାଞ୍ଚଟି,

ଚାନ୍ଦମା ପ୍ରାଥମିକ ବିଦ୍ୟାଳୟ ରେ ପାଞ୍ଚଟି, ଚୁନଭାଟି ପ୍ରାଥମିକ ବିଦ୍ୟାଳୟ ରେ ତିନୋଟି, ଧନେଶ୍ୱର ଆଞ୍ଚଳିକ ବିଦ୍ୟାପୀଠ ରେ ଦୁଇଟି, ରଘୁନାଥପୁର ଉପ୍ରା ସ୍କୁଲ ରେ ଗୋଟିଏ ଓ ଗୟା ଦେବୀ ସରକାରୀ ନୋଡାଲ ଉପ୍ରା ସ୍କୁଲ ରେ ଗୋଟିଏ ବ୍ଲାକ ବୋର୍ଡ ଉନ୍ନତି କରଣ ଓ ପେଣ୍ଟିଂ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ପାର୍ଥ ସାରଥୀ ସାହୁ, ପ୍ରମୋଦ କୁମାର ସିଂହ, ଶରତ କୁମାର ସାହୁ, ରତନ କୁମାର ସାହୁ, କାମଦେବ ଦାଶ, ପ୍ରଶାନ୍ତ କୁମାର ସାହୁ, ରଞ୍ଜନ କୁମାର ରାଉତ, ସୁମନ୍ତ କୁମାର ଗଡ଼ ନାୟକ, ମହେନ୍ଦ୍ର କୁମାର ରାଉତ, ସଞ୍ଜୟ କୁମାର ଓରାମ ଓ ରାଜେଶ କୁମାର ଙ୍କ ସମେତ ସମସ୍ତ ଟ୍ରଷ୍ଟି ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ l
