ମୋ ଅନୁଷ୍ଠାନ ସାହିତ୍ୟ ସଂସଦର କମ୍ବଳ ବଣ୍ଟନ ଶୁଭାରମ୍ଭ ଓ ସମ୍ବର୍ଦ୍ଧନା ସଭା
ମୋ ଅନୁଷ୍ଠାନ ସାହିତ୍ୟ ସଂସଦର କମ୍ବଳ ବଣ୍ଟନ ଶୁଭାରମ୍ଭ ଓ ସମ୍ବର୍ଦ୍ଧନା ସଭା
ଖଇରା,୦୫/୧୦/୨୫- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ଦ୍ବାରା କମ୍ବଳ ବଣ୍ଟନ ଶୁଭାରମ୍ଭ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ପ୍ରାଥମିକ ଶିକ୍ଷକ ସଂଘ ସଭା ଗୃହ ମଧ୍ୟରେ ଯୋଗଗୁରୁ ତଥା ଅନୁଷ୍ଠାନର ଉପଦେଷ୍ଟା ମୁକ୍ତିକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବଣ୍ଟନ ଓ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ କବି ଡ. ଭରତ ଚନ୍ଦ୍ର ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭାଟିକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କବି ସୁଦାମ ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ୪ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ମହାପାତ୍ର, ଶିକ୍ଷକ ସଂଘ ସଭାପତି ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା କୈଳାସ ଚନ୍ଦ୍ର ବେହେରା, ଶିକ୍ଷକ ଗଦାଧର ଜେନା, କୈଳାସ ସେଣ୍ଢ, ସହ- ସମ୍ପାଦିକା ବୀଣାପାଣି ଜେନା, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ ମଞ୍ଚାସୀନ ହୋଇ ମୋ ଅନୁଷ୍ଠାନର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ସମାଜସେବା ବିଷୟରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ଭଉଣୀ କୁଞ୍ଜଲତା ମାହୁଁନ୍ତ ଅତିଥି ଆମନ୍ତ୍ରଣ କରିଥିଲେ । ଅତିଥି ମାନଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ ଅନୁଷ୍ଠାନର ସଦସ୍ୟ ଜଗବନ୍ଧୁ ବାରିକ୍ ଓ ସଦସ୍ୟା ଶ୍ରଦ୍ଧାଞ୍ଜଳି ଖମାରୀ । ପ୍ରଥମେ ଅତିଥି ମାନେ ନୂତନ ଭାବେ ଯୋଗ ଦେଇଥିବା ଉପଦେଷ୍ଟା ଯୋଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ ଓ କବି ତଥା ଶିକ୍ଷୟିତ୍ରୀ ବୀଣାପାଣି ଜେନାଙ୍କୁ ସହ-ସମ୍ପାଦିକା ଭାବେ ଅନୁଷ୍ଠାନ ଆଇଡ୍ କାର୍ଡ ପ୍ରଦାନ କରି ଅନୁଷ୍ଠାନକୁ ଆମନ୍ତ୍ରଣ କରିଥିଲେ । ଏହି ଅବସରରେ ଶିକ୍ଷକ ଗଦାଧର ଜେନା, କୈଳାସ ସେଣ୍ଢ, ରବୀନ୍ଦ୍ର କୁମାର ମହାନ୍ତି, ଜଗନ୍ନାଥ ମହାପାତ୍ର, ରତିକାନ୍ତ ପରିଡ଼ା, ବୀଣାପାଣି ଜେନା, କୁନ୍ତଳା ମହାରଥା, କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ଗୁରୁଗୌରବ ସମ୍ମାନ-୨୦୨୫ ଏବଂ ଭଦ୍ରକ ଜିଲ୍ଲା ସାମ୍ବାଦିକ ପୁନିଲ କୁମାର ସାମନ୍ତଙ୍କୁ ସୁଦକ୍ଷ ସାମ୍ବାଦିକ ସମ୍ମାନ-୨୦୨୫ ରେ ସମ୍ମାନିତ କରିଥିଲେ । ପରେ ପରେ ମଞ୍ଚାସୀନ ଅତି ଏବଂ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା, ସଭାପତି ଶ୍ରୀମତୀ ମାହୁଁନ୍ତ, ସଦସ୍ୟ ଶ୍ରୀ ବାରିକ୍, ଆଲୋକମୟ ପଣ୍ଡା, ସଦସ୍ୟା ଶ୍ରଦ୍ଧାଞ୍ଜଳି ଖମାରୀ ମିଳିମିଶି ଉପସ୍ଥିତ ଥିବା ୩୦ରୁ ଉର୍ଦ୍ଧ୍ବ ଗରିବ, ଆଦିବାସୀ, ବିଧବା ଓ ବିକଳାଙ୍ଗ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ସମାଜସେବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ଏକ ନିଆରା କାର୍ଯ୍ୟକ୍ରମ । ଚଳିତ ବର୍ଷ ଶୀତ ଋତୁ ଉପଲକ୍ଷେ କମ୍ବଳ ବଣ୍ଟନ ଶୁଭାରମ୍ଭ ମାତ୍ର । ଏ ଋତୁରେ ୨ ହଜାର ଖଣ୍ଡ କମ୍ବଳ, ୧ ହଜାର ଖଣ୍ଡ ମଶାରୀ ଓ ୧ ହଜାର ଛତା ବଣ୍ଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅନୁଷ୍ଠାନ । ଅନ୍ୟ ଗୁରୁ ମାନେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇ ପାରିନାହିଁ । ସଦସ୍ୟା ତଥା କବୟିତ୍ରୀ ଶ୍ରଦ୍ଧାଞ୍ଜଳି ଖମାରୀଙ୍କ କବିତା ପାଠ ସମସ୍ତଙ୍କ ହୃଦୟସ୍ପର୍ଶ କରିଥିଲା । ଶେଷରେ ସଭାପତି ଶ୍ରୀ ପାଣିଗ୍ରାହୀଙ୍କ ଧନ୍ୟବାଦ ପରେ ସଭାସାଙ୍ଗ ହୋଇଥିଲା ।।
ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ,
