ମାନବ ସେବା ସମିତି ଦ୍ୱାରା କେନ୍ଦୁଆକଣ ଗ୍ରାମରେ କମ୍ବଳ ବିତରଣ

ମାନବ ସେବା ସମିତି ଦ୍ୱାରା କେନ୍ଦୁଆକଣ ଗ୍ରାମରେ କମ୍ବଳ ବିତରଣ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ବୋ ଗ୍ରାମପଞ୍ଚାୟତ ଅଧୀନସ୍ଥ କେନ୍ଦୁଆକଣ ଗ୍ରାମରେ ମାନବ ସେବା ସମିତି ପକ୍ଷରୁ ଶୀତ ରୁତୁ ପାଇଁ ଆବଶ୍ୟକୀୟ କମ୍ବଳ ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୋଟ ୬୦ ଜଣ ପରିବାରକୁ କମ୍ବଳ ବଣ୍ଟନ କରାଯାଇଥିଲା l

ତେବେ ଏହି କାର୍ଯ୍ୟକ୍ରମରେ ମାନବ ସେବା ସମିତିର ସଦସ୍ୟମାନେ ଗ୍ରାମକୁ ପହଁଚି ଜ୍ୟୋଷ୍ଠ ନାଗରିକ, ମହିଳାମାନଙ୍କୁ ଓ ଆବଶ୍ୟକତା ଥିବା ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ l ଗ୍ରାମବାସୀମାନେ ମାନବ ସେବାସମିତିର ଏହି କାର୍ଯ୍ୟକ୍ରମ ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ l

ଶୀତ ଋତୁରେ ଏପରି ସହାୟତାମୂଳକ କାର୍ୟକ୍ରମ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଜାରି ରହିବ ଵୋଲି ମାନବ ସେବା ସମିତି ପକ୍ଷରୁ ସୂଚନା ମିଳିଛି l

ଯାଜପୁର ସୁକିନ୍ଦା ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *