ପୁରୀ ତରଫରୁ କମ୍ବଳ ବଣ୍ଟନ ।
ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ କମ୍ବଳ ବଣ୍ଟନ ।ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଅନୁଷ୍ଠାନର ସଭାପତି ଶ୍ରୀଶଙ୍କର୍ଷଣ ମଙ୍ଗରାଜଙ୍କ ତତ୍ତ୍ଵାବୋଧନାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ନିଶହାୟ ଅବସ୍ଥାରେ ପିଲା ଛୁଆ ମାନଙ୍କୁ ଧରି ଖୋଲା ଆକାଶ ତଳେ ଶୀତ କାକରରେ ଆଶ୍ରୟ ନେଇଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଅନୁଷ୍ଠାନ ତରଫରୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ମାର୍ଗଦର୍ଶକ ପ୍ରୋ.ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ର, ଡ. ବଳରାମ ଦାଶ, ଶ୍ରୀବୀର ଅନନ୍ତ ପଣ୍ଡା, ସଂପାଦକ ଡ.ଶଶିକାନ୍ତ ରଥ, ଶ୍ରୀମତୀ ସୌମ୍ୟାଶ୍ରୀ ଦାଶ, କାର୍ତ୍ତିକ ସାହୁ, ଶ୍ରୀ ଆଶୁତୋଷ ପଣ୍ଡା, ଶ୍ରୀ ଓମ୍ ପ୍ରଧାନ କମ୍ବଳ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ। ଅନୁଷ୍ଠାନର ଭକ୍ତ ମାନଙ୍କ ସହଯୋଗରେ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ଆଶା କରାଯାଉଛି।
