ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ସାମଗ୍ରୀ ଓ ଉପକରଣ ବଣ୍ଟନ

ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ସାମଗ୍ରୀ ଓ ଉପକରଣ ବଣ୍ଟନ
ସେମିଳିଗୁଡା ସ୍ଥିତ ରମା ପଡାଲ ଫାଉଣ୍ଡେସନ ତରଫରୁ ଅସହାୟ ଲୋକ ମାନଙ୍କୁ କମ୍ବଲ ଓ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ରମା ପଡାଲ ଫାଉଣ୍ଡେସନର ଅଧ୍ୟକ୍ଷା ଡ. ରଜନୀ ପଡାଲଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକ୍ରମ ପଟ୍ଟାଙ୍ଗି ବ୍ଳକସ୍ଥିତ ପୁକାଲି ଗ୍ରାମର ରେଲି ସାହିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ ଓ ସେହି ଗ୍ରାମରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରି ଭଲ ପାଠ ପଢିବା ଓ ଭଲ ଲୋକ ହେବାପାଇଁ ପରାମର୍ଶ ଦେଇଥିଲେ । ସେହିପରି ଏହି ସଂସ୍ଥା ଦ୍ୱାରା ଶିଶୁ ଦିବସ ଉପଲକ୍ଷେ ସେମିଳିଗୁଡା ବ୍ଳକର ପୁଟସିଲ ବିଦ୍ୟାଳୟରେ ଡ. ରଜନୀ ପଡାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଳକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ପିୟମ୍ବତା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରମା ପଡାଲ ଫାଉଣ୍ଡେସନ ସମ୍ପାଦକ ଡ. ପ୍ରଦୀପ କୁମାର ବେହେରା, ସଦା ମୁଦୁଲି, ମହେଶ୍ୱର ଜାନୀ, ଘନଶ୍ୟାମ ଜାନୀ, ସୂରଜ ପଡାଲ, ସୁଶ୍ରୀ ପ୍ରଭାତୀ, ପ୍ରସାଦ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଟିଆପାର, ଚକଡିପଦର, ହଳଦୀବାଡ ଗ୍ରାମର ପିଲାମାନଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିଥିଲେ । ପୂର୍ବତନ ବିଧାୟକ ରଘୁରାମ ପଡାଲ ରମା ପଡାଲ ଫାଉଣ୍ଡେସନ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି କାମନା କରିଥିଲେ ।

Leave a Reply

Your email address will not be published. Required fields are marked *