କାକଟପୁରକୁ ଏନଏସି ମାନ୍ୟତା ଦାବୀରେ ବ୍ଲକ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସଫଳ
କାକଟପୁର,୨୮/୮,(ଜ୍ଞାନ ରଞ୍ଜନ ବିଶ୍ବାଳ)- ପୁରୀ ଜିଲ୍ଲା କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ନୀତିକାନ୍ତି ଜଗନ୍ନାଥ ସଂକୃତି ସହିତ ଓତଃପ୍ରୋତ ଭାବେ ଜଡିତ l ସେଥିପାଇଁ କାକଟପୁର ସାରା ରାଜ୍ୟରେ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ l କିନ୍ତୁ ଦୀର୍ଘ ଦିନ ଧରି କାକଟପୁରକୁ ଏନଏସି ମାନ୍ୟତା ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ସମ୍ଭବ ହୋଇପାରୁନାହିଁ l ପୂର୍ବ ସରକାରଙ୍କ ସମୟରେ କାକଟପୁରକୁ ଏନଏସି ମାନ୍ୟତା ପାଇଁ ଘୋଷଣା ହୋଇଥିଲେ ମଧ୍ୟ ଏହା ଅଦ୍ୟାବଧି ନାଲିଫିତା ତଳେ ଚାପି ହୋଇ ରହିଛି l ଏହି ପ୍ରରିପେକ୍ଷୀରେ ଆଜି କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସମସ୍ତ ବ୍ୟବସାୟୀ ସଂଘ,ମୋଟର ମାଲିକ ସଂଘ, ବିଭିନ୍ନ ସଂଗଠନ ଏବଂ ସ୍ଥାନୀୟ ଜନସାଧାରଣ ମାନେ ସମର୍ଥନ କରିଥିଲେ l କଂଗ୍ରେସର ବିଧାୟକ ପ୍ରାର୍ଥୀ ତଥା ଯୁବନେତା ବିଶ୍ୱଭୂଷଣ ଦାସ, ବ୍ଲକ କଂଗ୍ରେର ପୂର୍ବତନ ସଭାପତି ଏବଂ ସଂଯୋଜକ ଯଶୋବନ୍ତ ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କାକଟପୁରର ବଲରା ଛକ ଏବଂ ମେଡିକାଲ ଛକରେ ପିକେଟିଂ କରିବା ସହ ରାସ୍ତାରୋକ କରି ବିଜେପି ଏବଂ ବିଜେଡି ବିରୁଦ୍ଧରେ ନାରାବାଜି ଦେବାସହ କାକଟପୁରକୁ ଏନଏ ସି ମାନ୍ୟତା ନମିଳିଲେ ଆଗାମୀ ଦିନରେ ଏ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ପୁରୀଜିଲ୍ଲା କଂଗ୍ରେସ କମିଟି ସଂଯୋଜକ ଇଂ ରାଜେଶ ମିଶ୍ର, ପୁରୀଜିଲ୍ଲା କଂଗ୍ରେସ ମହିଳା ସଭାପତି ନିରୁପମା ପାତ୍ର, ପୁରୀଜିଲ୍ଲା ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ, ପୁରୀଜିଲ୍ଲା ସେବାଦଳ ଅଧ୍ୟକ୍ଷ ବିଶ୍ୱକେଶନ ହରିଚନ୍ଦନ, ଗୋପ କଂଗ୍ରେସ କମିଟି ସଭାପତି ଭାସ୍କର ସେଠ, ପିସିସି ପୂର୍ବତନ ସାଧାରଣ ସମ୍ପାଦକ ସୁକାନ୍ତ ପ୍ରଧାନ, ଅସ୍ତରଙ୍ଗ କଂଗ୍ରେସ କମିଟି ସଭାପତି ସୁକାନ୍ତ ମହାନ୍ତି, କୋଣାର୍କ କଂଗ୍ରେସ କମିଟି ସଭାପତି ଉପେନ୍ଦ୍ର କାଣ୍ଡି,ପୂର୍ବତନ କାକଟପୁର ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ଯୁବନେତା ଜୟନ୍ତ ବେହେରା,ଶେଖ ଲିଆକତ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ l
