ଚାଷୀଙ୍କ ପାଖରେ ପହଞ୍ଚିଲେ ବ୍ଲକ କଂଗ୍ରେସ ସଭାପତି

୦୬/୦୧/୨୫ ସୋରଡ଼ା , ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଚାଷ ଜମି ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହିତ ଆଲୋଚନା କଲେ ସୋରଡ଼ା ବ୍ଲକ କଂଗ୍ରେସ ସଭାପତି ହରିକୃଷ୍ଣ ରଥ, ଚାଷୀ ମାନେ ଦେଶର ମେରୁଦଣ୍ଡ କିନ୍ତୁ ରାଜ୍ୟରେ ଚାଷୀ ମାନଙ୍କୁ ଅବହେଳା ହେଉଥିବା କାରଣରୁ ଦୁଃଖ ପ୍ରକାଶ କଲେ କଂଗ୍ରେସ ବ୍ଲକ ସଭାପତି l ସୋରଡ଼ା ବ୍ଲକର କୁଲାଙ୍ଗି ପଞ୍ଚାୟତ ଭଳି ଅନେକ ପଞ୍ଚାୟତକୁ ଯାଇ ଚାଷୀ ମାନଙ୍କ ପାଖରେ ପହଞ୍ଚି ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ l କୈଣସି ସରକାରୀ ବାବୁ ଆଜି ପର୍ଯ୍ୟନ୍ତ ଚାଷୀ ମାନଙ୍କ ପାଖରେ ପହଞ୍ଚି ନଥିବା କଥା ଜାଣିବା ପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ଯୁବନେତା l ରାଜ୍ୟରେ ବର୍ତମାନ ଡବଲ ଇଞ୍ଜିନ ସରକାର ଥିବାରୁ ତୁରନ୍ତ ଚାଷୀ ମାନଙ୍କ ସହିତ ଆଲୋଚନାକରି ଦୁଃଖ ବୁଝିବା ପାଇଁ ସରକାରଙ୍କୁ ନିବେଦନ କରିବା ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରିଥିଲେ କଂଗ୍ରେସ ବ୍ଲକ ସଭାପତି ହରିକୃଷ୍ଣ ରଥ l ପୂର୍ବରୁ ମଧ୍ୟ୍ୟ ଚାଷୀ ମାନଙ୍କ ସମସ୍ୟା ନେଇ ତହସିଲଦାରଙ୍କୁ ସ୍ମାରକ ପତ୍ର ଦେଇଥିବା କହିଛନ୍ତି କଂଗ୍ରେସ ବ୍ଲକ l

ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *