ବ୍ଲକ୍ ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଉଦଯାପିତ

ସମଗ୍ର ଶିକ୍ଷା, ଗଞ୍ଜାମ, ଜିଲ୍ଲା ଅନ୍ଧତ୍ବ ଦୂରୀକରଣ ସଂସ୍ଥା, ବ୍ରହ୍ମପୁର ଓ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ, ଚିକିଟୀ ଙ୍କ ମିଳିତ ପ୍ରୟାସରେ ତା ୭.୨.୨୦୨୪ ରୁ ୯.୨.୨୦୨୪ ରିଖ ୩ ଦିନ ଧରି ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ ର କୃଷ୍ଣପୁର ଉଚ୍ଚ ବିଦ୍ୟାଳୟ, ଚିକିଟୀ ପେଣ୍ଠ ଉଚ୍ଚ ବିଦ୍ୟାଳୟ ଓ ମଦନ ମୋହନ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ କ୍କଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ଗୁଡିକରୁ ମୋଟ ୬୩୮ ଜଣ ଶିକ୍ଷାର୍ଥୀ ପଞ୍ଜୀକୃତ ହୋଇ ଚକ୍ଷୁ ପରୀକ୍ଷା କରାଇ ଥିଲେ। ସେମାନଙ୍କ ମଧ୍ୟରୁ ୨୨୩ ଜଣଙ୍କୁ ଚଷମା ପ୍ରଦାନ କରାଯିବା ପାଇଁ ଚୟନ କରାଯାଇ ଥିବା ବେଳେ ୨୨ ଜଣଙ୍କୁ ଅତିରିକ୍ତ ଚିକିତ୍ସା ପାଇଁ ପରାମର୍ଶ ଦିଆ ଯାଇଥିଲା। ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସିଲା ସୀତାରାମ ଓ ତାଙ୍କ ସହଯୋଗୀ ଦଳ ଶିକ୍ଷାର୍ଥୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ।

ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ, ସମସ୍ତ ସି. ଆର୍.ସି, ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନିଗମାନନ୍ଦ ପଣ୍ଡା ଓ ଶ୍ରୀ ସିମଞ୍ଚଳ ପଣ୍ଡା, ଚିକିଟୀ ପେଣ୍ଠ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ସାହୁ, ମଦନ ମୋହନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉମା ଜୟନ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ଗୋଷ୍ଠି ସମ୍ବଳ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *