ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟ ରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଆଜିର କାର୍ଯ୍ୟକ୍ରମ କୁ ରାଇକିଆ ବିଡ଼ିଓ ସବ୍ୟସାଚୀ ସାହୁ ସନ୍ଥ ଭୀମଭୋଇ ଙ୍କ ପ୍ରତି ଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିବା ବେଳେ ଅତିଥି ଭାବେ ଜିଲା ସାମାଜିକ ସୁରକ୍ଷା ଅଧିକାରିଣୀ ପି.ପଦ୍ମା,ଉପଖଣ୍ଡ ସାମାଜିକ ଅଧିକାରିଣୀ ମମିତା ପ୍ରଧାନ,ଅକ୍ଷୟ କୁମାର ପଣ୍ଡା ଉପସ୍ଥିତ ରହିଥିଲେ।ଏହି ଶିବିର ରେ ଚକ୍ଷୁ, ଶ୍ରବଣ ବାଧିତ,ମାନସିକ ବିକଳାଙ୍ଗ,ଅସ୍ଥିଶଲ୍ୟ,ଶିଶୁ ରୋଗ ବିଭାଗ ସମେତ ମୋଟ 306 ଜଣ ଭିନ୍ନକ୍ଷମ ହିତାଧିକାରୀ ନିଜର ଅକ୍ଷମତା ପ୍ରକାଶ କରି ନାମ ପଞ୍ଜିକରଣ କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଙ୍କ ଦ୍ଵାରା ସମସ୍ତ ରୋଗୀ ଙ୍କ ପରୀକ୍ଷା ନିରୀକ୍ଷା କରାଯିବା ସହିତ ସେଥି ମଧ୍ୟ ରୁ 228 ଜଣ ଯୋଗ୍ୟ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଚିହ୍ନଟ କରାଯାଇ ଥିଲା। ପରବର୍ତ୍ତୀ ସମୟ ରେ ସେହି ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ଯାହା ଫଳ ରେ ସେହି ମାନେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷ ରୁ ମିଳୁଥିବା ସମସ୍ତ ସାହାଯ୍ୟ ସହଯୋଗ ଓ ଅନୁଦାନ ପାଇ ପାରିବେ।ଆଜିର ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ପରିଚାଳନା କରିଥିବା ବେଳେ ପୂର୍ଣବାଶି ଦାସ,ପ୍ରଜ୍ଞାସ୍ମିତା ପାଢ଼ୀ ଙ୍କ ସହିତ ପଞ୍ଚାୟତ ସମିତି ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *